କଲେଜ ଛାତ୍ରୀଙ୍କୁ ଯୁବକଙ୍କ ଶକ୍ତ ଚାପୁଡା । ଅସଭ୍ୟ ଭାଷାରେ ଗାଳି ଗୁଲଜ

38

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସଦରମହକୁମାର ଔପଦା କଲେଜରୁ ଏକ ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓରେ ଜଣେ ଯୁବକ ଅନ୍ୟ ଜଣେ କଲେଜ ଛାତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ଯୁବକ ଜଣକ ତାର ସାଙ୍ଗ ମାନଙ୍କ ସହ ଆସି ଚାପୁଡ଼ା ମାରିବା ସହ ଗାଳିକରୁଥିବାର ଶୁଣିବାକୁ ମିଳିଛି । ଯୁବତୀ ଜଣକୁ ମାଡ଼ ମାରୁଥିବା ଏହି ଭିଡ଼ିଓଟି ଏବେ ଚର୍ଚ୍ଚାରେ ରହିଛି । ତେବେ କାହିଁକି ଯୁବତୀ ଜଣକୁ ସଂପୃକ୍ତ ଯୁବକ ଚାପୁଡ଼ା ମାରିଛି ତା’ର କାରଣ ଜଣାପଡ଼ିନାହିଁ ।