ଭାରତରେ ବିବାହ ଉତ୍ସବରେ ମନମତାଣିଆ କୌତୁକିଆ ଶୈଳୀର ନାଚ ଦେଖିବାକୁ ମିଳିଥାଏ । ଆଜିକାଲି ଏଭଳି ବିଭିନ୍ନ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ନିକଟରେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ସୃଷ୍ଟି କରିଛି ଏକ ବାହାଘର ଉତ୍ସବରେ ଜଣେ ବ୍ୟକ୍ତିଙ୍କ ବଲିଉଡ୍ ଗୀତ ‘ଆପ୍ କେ ଆ ଜାନେ ସେ’ରେ ଧମାକେଦାର ନାଚ । ଶେୟାର ହେଉଥିବା ୧.୩୬ ମିନିଟର ଭିଡ଼ିଓରେ ଜଣେ ମଧ୍ୟମ ବୟସର ବ୍ୟକ୍ତି ଅଭିନେତା ଗୋବିନ୍ଦାଙ୍କ ଅଭିନୀତ ଲୋକପ୍ରିୟ ଗୀତ ‘ଆପ୍ କେ ଆ ଜାନେ ସେ’ ରେ ତାଙ୍କ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଗୋବିନ୍ଦାଙ୍କୁ ନକଲ କରୁଥିବା ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ହସର ଖୋରାକ ଯୋଗାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଭିଡ଼ିଓରେ ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ମଧ୍ୟପ୍ରଦେଶ ବିଦିଶାର ୪୬ ବର୍ଷିୟ ସଞ୍ଜୟ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି । ସେ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ହୋଇଥିବା ବେଳେ ନିଜର ଶାଳକର ବାହାଘରରେ ଏହି ନୃତ୍ୟ କରୁଥିବାର ଜଣାପଡ଼ିଛି। ଶ୍ରୀବାସ୍ତବ କହିଛନ୍ତି “ ମୁଁ କେବେ ମଧ୍ୟ ଭାବିନଥିଲି ମୋର ଏହି ନୃତ୍ୟଟି ଏତେ ମାତ୍ରାରେ ଭାଇରାଲ ହୋଇଯିବ । ଏ ଭିଡ଼ିଓ ପାଇଁ ସମସ୍ତେ ବର୍ତ୍ତମାନ ମତେ ଡ଼୍ୟାସିଂ ଅଙ୍କଲ୍ ବୋଲି ଡ଼ାକୁଛନ୍ତି । ତେବେ ମତେ ପିଲାଟି ବେଳୁ ନୃତ୍ୟର ବହୁ ଆଗ୍ରହ ରହିଥିଲା କିନ୍ତୁ ପରିବାର ପୋଷଣ ପାଇଁ ମୁଁ ଏଥିପ୍ରତି ଧ୍ୟାନ ଦେଇପାରିନଥିଲି ।”