ଅସ୍ତ୍ରୋପଚାର ସମୟରେ ରୋଗୀ ପଢି ଚାଲିଥିଲେ ହନୁମାନ ଚାଳିଶା, ଡାକ୍ତର କାଢ଼ିଲେ ବ୍ରେନ୍ ଟ୍ୟୁମର

165

ଯେତେବେଳେ କୌଣସି ରୋଗୀଙ୍କ ଅପରେସନ ଚାଲୁଥାଏ, ତେବେ ତାଙ୍କ ପରିଜନ ବାହରେ ବସି ପ୍ରାର୍ଥନା କିମ୍ବା ଧାର୍ମିକ ଜାପ କରନ୍ତି । କିନ୍ତୁ ଏଠି ନିଜେ ରୋଗୀ ହିଁ ଅପରେସନ ସମୟରେ ୩ ଘଣ୍ଟା ପର୍ଯ୍ୟନ୍ତ ହନୁମାନ ଚାଳିଶା ପଢୁଥିଲେ । ଏହି ମାମଲାଟି ରାଜସ୍ଥାନର ବିକାନିରର, ଯେଉଁଠି ଜଣେ ବ୍ୟକ୍ତିଙ୍କ ବ୍ରେନ ଟ୍ୟୁମରର ସର୍ଜରୀ ହେବାର ଥିଲା ।

ବିକାନୀରର ଡୁଙ୍ଗରଗଢ଼ ନିବାସୀ ୩୦ବର୍ଷୀୟ ଆକାଉଣ୍ଟାଣ୍ଟଙ୍କ ବ୍ରେନ ସର୍ଜରୀ ହେବାର ଥିଲା । ତେବେ ତାଙ୍କୁ ଡାକ୍ତର ଅଚେତ୍ ନହୋଇ ବ୍ରେନ ସର୍ଜରୀ କରିବାର ପରାମର୍ଶ ଦେଲେ । ଡାକ୍ତରମାନଙ୍କ ଅନେକ ଥର କହିବା ପରେ ସେ ମାନି ଯାଇଥିଲେ । ତାଙ୍କୁ ଲୋକାଲ ଏନେସ୍ଥେସିଆ ଦିଆଗଲା କି, ତାଙ୍କୁ ଯନ୍ତ୍ରଣା ଅନୁଭବ ନହେଉ । ସର୍ଜରୀ ସମୟରେ ଡାକ୍ତରମାନେ ରୋଗୀଙ୍କ ସହ କଥାବାର୍ତ୍ତା ହେଉଥିଲେ । ରୋଗୀ ଜଣକ ସବୁବେଳେ ହନୁମାନ ଚାଳିଶା ପଢ଼ି ଚାଲିଥିଲେ । ରୋଗୀଙ୍କୁ ମିର୍ଗି ର ସମସ୍ୟା ରହିଥିଲା । ସେଥିପାଇଁ ତାଙ୍କ ଅପରେସନ କରାଯାଇଥିଲା ।