ମୂକ ଅଭିନୟ ପଡିଲା ମହଙ୍ଗା ! ଅଭିନୟ କରୁକରୁ ସତକୁ ସତ ହୋଇଗଲେ ମୂକ । ହତ୍ୟାକାରୀ ହରାଇଲା ବାକଶକ୍ତି । 

54

ସିନେମା କିମ୍ବା ନାଟକରେ ଅଭିନୟ କରୁକରୁ  ବେଳେ ବେଳେ  ତାର ପ୍ରଭାବ  ସାଧାରଣ ଜୀବନରେ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀମାନେ ଏଥିରେ ପ୍ରଭ।।ବିତ ହୋଇଥାନ୍ତି ।

କିନ୍ତୁ ସାଧାରଣ ଜୀବନରେ ଜଣେ ବ୍ୟକ୍ତି ମୂକ ଅଭିନୟ କରୁ କରୁ ସତକୁ ମୂକ ହୋଇଯାଇଛି । ଆଉ ତା ମୂକ ହେବା ପଛରେ ରହିଥିଲା ଗୋଟିଏ ସତ ଘଟଣା । ଗୋଟିଏ ହତ୍ୟା ମାମଲାରୁ ନିଜକୁ ମୁକୁଳାଇବା ପାଇଁ ମୂକ ଅଭିନୟ କରିଥିଲା ଚୀନର ସେହି ବ୍ୟକ୍ତି । ଦିନେ କି ବର୍ଷେ ନୁହେଁ । ୧୨ ବର୍ଷ ପର୍ଯ୍ୟନ୍ତ  କରିଥିଲା  ଏପରି ନାଟକ । ହେଲେ ସେ ଜାଣିନଥିଲା  ସତକୁ ସତ ସେ ମୂକ ହୋଇଯିବ ।

ଆଉ ଶେଷରେ  ନିଜ ପାପର ପଶ୍ଚାତାପ କଲା । ପୋଲିସ ନିକଟରେ ସତ୍ୟର ପର୍ଦ୍ଦାଫାଶ କଲା । ନିଜେ ଲେଖି ହତ୍ୟାକାରୀ ବୋଲି ସ୍ୱୀକାର କଲା । ସେହି ବ୍ୟକ୍ତି ଜଣକ ହେଉଛନ୍ତି ଚୀନ ଦେଶର ଝେଚିୟାଙ୍ଗ ଅଂଚଳର ଝେଙ୍ଗ ଉପମାନ ।

ଘରଭଡା ବିବାଦକୁ ନେଇ  ୩୩ ବର୍ଷିୟ ଝେଙ୍ଗ ତାଙ୍କ ପତ୍ନୀଙ୍କର ଜଣେ ନିକଟ ସମ୍ପର୍କୀୟଙ୍କୁ ହତ୍ୟାକରିଥିଲେ ।  ତାପରେ ସେ ଗାଁ ଛାଡି ପଳାଇଥିଲେ । ଆଉ ପୋଲିସ ନିକଟରୁ ବଂଚିବା ପାଇଁ ୧୨ବର୍ଷ କାଳ ମୂକର ଅଭିନୟ କରିଥିଲେ । ଏହି ଘଟଣା ହେଉଛି ୨୦୦୫ ମସିହାର । ଆଉ ଆଜି ଦିନରେ ସତକୁ  ସହ ପାଲଟିଯାଇଛନ୍ତି ମୂକ । ସବୁ ଦେଖୁଛନ୍ତି, କିନ୍ତୁ କଥା କହିପାରୁନାହାନ୍ତି ।

ସୌଜନ୍ୟ : ଡେଲିମେଲ