ଅନଲାଇନ୍ ମୋବାଇଲ୍ କିଣୁଛନ୍ତି କି ? ସାବଧାନ୍ ! ବିକ୍ରାନ୍ତଙ୍କ ପରି ହୋଇପାରନ୍ତି ଠକାମୀର ଶିକାର . . ପଢନ୍ତୁ ପୁରା ରିପୋର୍ଟ

48

କନକ ବ୍ୟୁରୋ : ଶସ୍ତାରେ ଦାମୀକିଆ ସାମଗ୍ରୀ କିମ୍ବା ଅଫରରେ ଫୋନ୍ ଅନଲାଇନରେ ପାଉଛନ୍ତି କି? ସାବଧାନ! ଏଭଳି ମନଲୋଭା ଅଫର ଠାରୁ ନିଜକୁ ଦୂରେଇ ରଖନ୍ତୁ । ନହେଲେ ଆପଣ ମଧ୍ୟ ଠକାମୀର ଶିକାର ହୋଇପାରନ୍ତି । ଭୁବନେଶ୍ୱରର ଜଣେ ଯୁବକ ଏଭଳି ଏକ ଫୋନ କଲ୍ ପାଇବା ପରେ ମୋବାଇଲ ପାଇଁ ଅର୍ଡର କରିଥିଲେ । ହେଲେ ପ୍ୟାକେଟରେ ଆସିଥିଲା ଧନଲକ୍ଷ୍ମୀ ଯନ୍ତ୍ର ।

ମାତ୍ର ୩ ହଜାର ଟଙ୍କାରେ ସାମସଙ୍ଗ୍ ସ୍ମାର୍ଟ ଫୋନର ଲୋଭ ଯୋଗୁଁ ଅନଲାଇନ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ବିକ୍ରାନ୍ତ କୁମାର । ଜିଏସଟି ଲାଗୁ ହେବା ପରେ ସାମସଙ୍ଗ ମୋବାଇଲ ଶସ୍ତାରେ ମିଳୁଥିବା ନେଇ ବିକ୍ରାନ୍ତଙ୍କ ନିକଟକୁ ଆସିଥିଲା ଫୋନ କଲ୍ । ଦାମୀକିଆ ମୋବାଇଲ, ମାତ୍ର ୩ ହଜାର ଟଙ୍କାରେ ମିଳୁଥିବା ଶୁଣି ଅର୍ଡର କରିଥିଲେ ବିକ୍ରାନ୍ତ ।

ସ୍ମାର୍ଟ ଫୋନ୍ ଅର୍ଡର ପରେ କ୍ୟାସ୍ ଅନ୍ ଡେଲିଭରୀ ପାଇଁ ବିକ୍ରାନ୍ତଙ୍କୁ କହିଥିଲା ଠକ କଂପାନୀ । ୩ ହଜାର ଟଙ୍କା ଡିପୋଜିଟ୍ କରି ପାର୍ସଲ ଖୋଲିବା ପରେ ବିକ୍ରାନ୍ତ ଯାହା ଦେଖିଲେ, ତାଙ୍କ ମୁଣ୍ଡ ଘୁରେଇଦେଲା । ମୋବାଇଲ୍ ବଦଳରେ ପାର୍ସଲରୁ ବାହାରିଥିଲା କଇଁଛ, କଠଉ ଓ ଧନଲକ୍ଷ୍ମୀ ମୂର୍ତି ଓ ଯନ୍ତ୍ର । ଇନଭଏସରେ ଲେଖାଥିଲେ ଶୁଭ, ଲାଭ ଟେଲିସପିଂ । ଠକାମୀରେ ପଡିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ବିକ୍ରାନ୍ତ ।