ସମ୍ବଲପୁର ଫ୍ୟାମିଲି କୋର୍ଟରେ ମର୍ଡର ! ସ୍ତ୍ରୀକୁ ଭୂଜାଲିରେ ହାଣି ହତ୍ୟା କଲା ସ୍ୱାମୀ,ଶାଶୁ ଓ ଛୁଆ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି

33

କନକ ବ୍ୟୁରୋ : ଫ୍ୟାମିଲି କୋର୍ଟରେ ମର୍ଡର । ସ୍ତ୍ରୀକୁ ଭୁଜାଲିରେ ହାଣିଲା ସ୍ୱାମୀ । ସମ୍ବଲପୁର ଫ୍ୟାମିଲି କୋର୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । କୋର୍ଟ ପରସରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଶାଶୂ ଓ ଛୁଆଙ୍କୁ ଭୁଜାଲିରେ ହାଣି ଆକ୍ରମଣ କରିଛି । ଏଥିରେ ସ୍ତ୍ରୀର ମୃତ୍ୟୁ ହୋଇଛି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଶାଶୁ ଓ ଛୁଆଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି ।

ଖବର ଅନୁସାରେ, ଅଭିଯୁକ୍ତ ରମେଶ କୁମାର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବାପ ଘର ଲୋକ ଯୁବତୀଙ୍କୁ ଆଣି ଅନ୍ୟ ଏକ ଜାଗାରେ ବିବାହ କରିଦେଇଥିଲେ । ତେବେ ଘର ଲୋକ ଉଭୟଙ୍କ ସମ୍ପର୍କରେ ଖୁସି ନଥିଲେ ଏବଂ କିଛି ଦିନ ପରେ ଯୁବତୀଙ୍କୁ ପରିବାର ଲୋକେ ଅନ୍ୟତ୍ର ବିବାହ କରି ଦେଇଥିଲେ । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ରମେଶ । ଏ ସମ୍ପର୍କରେ ବୁଝାମଣା ପାଇଁ ଆଜି ଦିନ ପ୍ରାୟ ୧୦ଟା ବେଳେ ଯୁବତୀ, ତାଙ୍କ ବାପା , ମାଆ ଓ ତାଙ୍କ ୫ ବର୍ଷର ଝିଆରୀଙ୍କ ସହିତ ଆସି ପରିବାର କୋର୍ଟରେ ପହଞ୍ଚିବା ମାତ୍ରେ ରମେଶ ଏକ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲା । ଏପରିକି ଯୁବତୀଙ୍କ ମହିଳା ଓକିଲଙ୍କୁ ମଧ୍ୟ ରମେଶ ଆକ୍ରମଣ କରିଥିଲେ। ଆଜି ଏହି ଘଟଣାର କାଉନସିଲିଂ ସମୟରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ସ୍ତ୍ରୀ, ଶାଶୁ, ସାଙ୍ଗରେ ଥିବା ଶିଶୁକୁ ଭୁଜାଲୀରେ ଅତି ନୃଶଂସ ଭାବେ ଆକ୍ରମଣ କରିଥିଲେ ।