ସଇତାନ ବାପାର ଲୋମଟାଙ୍କୁରା କାଣ୍ଡ : ପୁଅ ନଥିବାରୁ ନିଜ ୫ ବର୍ଷର ଝିଅକୁ ଘର ଠେଙ୍ଗାରେ ପିଟି ପିଟି ମାରିଦେଲା ବାପା

29

କନକ ବ୍ୟୁରୋ: ସଇତାନ ବାପାର ଲୋମଟାଙ୍କୁରା କାଣ୍ଡ । ନିଜ ୫ ବର୍ଷର ଝିଅକୁ ଘର ଭିତରେ ବନ୍ଦ କରି ପିଟି ପିଟି ମାରିଦେଇଛି ବାପା । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ହରିଜନ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୫ ବର୍ଷର ଝିଅ କାବେରୀ ନାୟକକୁ ବାଉଁଶ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ବାପା ସମିର ନାୟକ । ଘର ଭିତରପଟୁ କବାଟ ଦେଇ ପିଟିବାରୁ ଝିଅଟି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛି ।

ମା’ କବାଟ ଖୋଲିବାକୁ ଚେଷ୍ଟା କରି ବିଫଳ ହେବାପରେ ସାହି ଲୋକଙ୍କୁ ଡାକି କବାଟ ଖୋଲିଥିଲେ । ହେଲେ ସେତେବେଳକୁ କାବେରୀର ପ୍ରାଣବାୟୁ ଉଡିସାରିଥିଲା । ଲୋକେ ସମିର ନାୟକକୁ ଧରି ବଡ଼ମ୍ବା ପୁଲିସ ଜିମା ଦେଇଛନ୍ତି । ଝିଅର ମା’ କହିଛନ୍ତି ତାଙ୍କର ୩ଟି ଝିଅ । ପୁଅ ନଥିବାରୁ ଏଭଳି କାଣ୍ଡ ଘଟାଇଛି ସଇତାନ ସ୍ୱାମୀ । ଘଟଣାସ୍ଥଳରେ ବଡ଼ମ୍ବା ପୁଲିସ ଓ ସାଇଂଟିଫିକ୍ ଟିମ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।