ମହଙ୍ଗା ପଡିଲା ଅସଦାଚରଣ : ଯୁବକଙ୍କୁ ଛେଚିଲେ ଯୁବତୀ

49

କନକ ବ୍ୟୁରୋ : ଭୁବନେଶ୍ୱରର ନନ୍ଦନକାନନ ନିକଟରେ ଯୁବତୀଙ୍କୁ ଅଶ୍ଲୀଳ କମେଂଟମରା ଘଟଣା ପରେ କଟକରେ ଆଉ ଏକ ସେଭଳି ଘଟଣା ସାମ୍ନାକୁ ଆସିଛି । ଗତକାଲି ସଂଧ୍ୟାରେ କଟକ ବାଦାମବାଡି ବସଷ୍ଟାଣ୍ଡରେ ଏହି ଘଟଣା ଘଟିଛି । ଜଣେ ଯୁବକ ଜଣେ ଯୁବତୀଙ୍କୁ  କିଛି ଅଶ୍ଲୀଳ କମେଂଟ କରିଥିଲେ । ଏହାପରେ ଯୁବତୀ ଜଣକ ତୁରନ୍ତ କିଛି ଲୋକଙ୍କୁ ଡାକି ଯୁବକଙ୍କୁ ଘେରିଯାଇଥିଲେ । ଏବଂ ସିଧା ଚାପୁଡା ମାରିବାକୁ ପଛାଇ ନଥିଲେ । ଅନେକ କ୍ଷେତ୍ରରେ  ଯୁବକଙ୍କ କମେଂଟ ଆଗରେ ନିଜକୁ ଅସହାୟ ମଣି ଯୁବତୀମାନେ ଚୁପ୍ ରହୁଥିବା ବେଳେ  କଟକରେ କିନ୍ତୁ ସେହି ଯୁବକଙ୍କୁ  ପାନେ ଦେଇଛନ୍ତି ଏହି ଯୁବତୀ ।