ରାଜସ୍ଥାନର ‘ସଂସାର’ ରାଜ୍ : ଯେଉଁଠି ବାପା ହେବାକୁ ସ୍ୱାମୀ କରେ ଦ୍ୱିତୀୟ ବିବାହ

30

ଏକ ଅଜବ ପରମ୍ପରା ଯାହା ଦୃଷ୍ଟି ଆକର୍ଷଣ କରିଛି ସମଗ୍ର ଭାରତର । ରାଜସ୍ଥାନର ବାଡ଼ମେର ଅଚଂଳର ଏକ ଗାଁ ଯେଉଁଠି ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି ଭିନ୍ନ ଏକ ପରମ୍ପରା । ଏଠାରେ ପ୍ରତ୍ୟେକ ପୁରୁଷଙ୍କୁ ଦ୍ୱିତୀୟ ବିବାହ କରିବାକୁ ହୁଏ । ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ।

୭୦ ପରିବାର ବିଶିଷ୍ଟ ଏହି ଛୋଟ ଗାଁରେ ପ୍ରତ୍ୟେକ ପୁରୁଷ କରିଥାନ୍ତି ଦ୍ୱିତୀୟ ବିବାହ । ପ୍ରଥମ ପତ୍ନୀଙ୍କ ଠାରୁ ସନ୍ତାନପ୍ରାପ୍ତିର ସୁଖ ନ ପାଇବା ଏମାନଙ୍କୁ ବାଧ୍ୟ କରିଥାଏ ଦ୍ୱିତୀୟ ବିବାହ କରିବା ପାଇଁ । ବର୍ଷ ବର୍ଷ ଧରି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳୁଛି ଏହି ଗାଁରେ । ଗାଁରେ କିଛି ପୁରୁଷ ସନ୍ତାନ ପାଇବା ଆଶାରେ ୫୦ ବର୍ଷ ଯାଏ ଅପେକ୍ଷା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମାତ୍ର ଦ୍ୱିତୀୟ ବିବାହ କରିବା ସଙ୍ଗେ ସଙ୍ଗେ କିଏ ୪ ସନ୍ତାନ ତ କିଏ ୫ସନ୍ତାନର ସୁଖ ଲାଭ କରିଥିଲେ । ଆଉ ତା’ପରେ ଏହି ପରମ୍ପରା ଜାରି ରହିଛି ବୋଲି ଏକ ହିନ୍ଦି ୱେବସାଇଟ୍ ପ୍ରକାଶ କରିଛି ।