ଆତ୍ମା ସହ ବିବାହ ! ମୃତ ପ୍ରେମିକା ସହ ବିବାହକୁ ନେଇ ଚର୍ଚ୍ଚାରେ ଯୁବକ

71

ଏବେ ଚାଲିଛି ପ୍ରେମର ସପ୍ତାହ । କିନ୍ତୁ ଏବେ ଏମିତି ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମ ପାଇଁ ମନୁଷ୍ୟ କିଛି ବି କରିପାରେ, ଏବଂ ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ମନୁଷ୍ୟ ସବୁପ୍ରକାର ବାଧାବନ୍ଧନକୁ ଭାଙ୍ଗିଦେଇଥାଏ ।

ତାଇବାନ୍ ସହରର ଏମିତି ଏକ କାହାଣୀ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ନିଜର ଭଲପାଇବାର ଗଭୀରତାକୁ ଦେଖାଇବା ପାଇଁ ତାଇବାନର ଜଣେ ଯୁବକ ସମାଜର ସମସ୍ତ ନିତିନିୟମକୁ ପଛରେ ପକାଇ ଦେଇଛନ୍ତି । ଏମିତି ଏକ ରିପୋର୍ଟ “ଅମର ଉଜାଲା’ରେ ପ୍ରକାଶିତ ହୋଇଛି ।

ତାଇବାନର ଏହି ଯୁବକ ଜଣକ ପ୍ରେମରେ ଏମିତି କିଛି କରି ଦେଖେଇଛନ୍ତି ଯାହାକି ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ନିଜ ପ୍ରେମିକାଙ୍କ ମୃତ୍ୟୁପରେ ଏହି ଯୁବକ ଜଣକ ଏମିତି କିଛି କରିଛନ୍ତି, ଯାହାକୁ ଦେଖି ସେଠି ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯିବା ସହିତ କିଛିଲୋକ ମଧ୍ୟ କାନ୍ଦି ପକାଇଥିଲେ ।

ପ୍ରେମରେ ପଡିଥିବା ଏହି ଯୁବକ ଜଣକ ନିଜର ପ୍ରେମିକାଙ୍କୁ ବିବାହ କରିବାର ଥିଲା । କିନ୍ତୁ କୈାଣସି କାରଣ ବଶତଃ ତାଙ୍କ ପ୍ରେମିକାଙ୍କ ମୃତ୍ୟୁ ହୋଇଯାଇଛି । କିନ୍ତୁ ବିଧିର ବିଧାନ ବିଚିତ୍ର,ଏହି ଯୁବକ ତାଙ୍କର ମରିଯାଇଥିବା ପ୍ରେମିକାଙ୍କୁ ହିଁ ବିବାହ କରି ପ୍ରେମର ଗଭୀରତାକୁ ଦେଖାଇବାରେ ସଫଳ ହୋଇଛନ୍ତି ।

ନିଜ ପ୍ରେମିକାଙ୍କୁ ଏହି ପ୍ରେମିକ ଜଣକ ଦେଖେଇବାକୁ ଚାହୁଁଥିଲେ ସେ ତାଙ୍କୁ କେତେ ଭଲ ପାଉଥିଲେ । ଏଥିପାଇଁ ଏହି ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ଶବ ସହିତ ବିବାହ କରିବା ପାଇଁ ମଧ୍ୟ ପଛଘୁଂଚା ଦେଇନ’ଥିଲେ । ମରିଯାଇଥିବା ପ୍ରେମିକାଙ୍କ ଅସ୍ତିକୁ ଯେଉଁ ବୋତଲରେ ରଖାଯାଇଥିଲା, ତାକୁ ବିବାହିତ କନ୍ୟାର ପୋଷାକ ପିନ୍ଧାଯାଇଥିଲା ଏବଂ ଶେଷରେ ଯୁବକ ଜଣଙ୍କ ବିବାହ କରିଥିଲେ ।

ପ୍ରେମର ଏମିତିବି ପରିପ୍ରକାଶ କରିହୁଏ,ଏହି ନିଆରା ବିବାହକୁ ଦେଖି ଜାଣିହୁଏ । ବିବାହ ପରେ ପ୍ରେମିକ ତାଙ୍କର ପ୍ରେମିକାଙ୍କୁ ବିଦାୟ ଦେଇଛନ୍ତି, ଏବଂ ନିଜର ପ୍ରେମକୁ ସାର୍ଥକ କରିଛନ୍ତି ।