ଟ୍ରେନରେ ପ୍ରଥମ ଦେଖାରେ ଯୁବତୀଙ୍କ ପ୍ରେମରେ ପଡ଼ିଲେ ଯୁବକ : ପ୍ରେମିକାକୁ ଖୋଜିବା ପାଇଁ ସାରା ସହରରେ ଲଗାଇଲେ ୪୦୦ ପୋଷ୍ଟର 

51

ପ୍ରେମ ଶାଶ୍ୱତ । ପ୍ରେମ ଚିରନ୍ତନ । ପ୍ରେମରେ ନଥାଏ ଆବିଳତା । ପ୍ରେମରେ କିଏ ଜୀବନଦାନ କରେ ତ କିଏ ଜୀବନ ଲାଭ କରୋ । ତେବେ ପ୍ରେମରେ ଲୋକମାନେ ବିଭିନ୍ନ ଅଜବ କାରନାମା କରୁଥିବା କଥା ମଧ୍ୟ ଆପଣ ଶୁଣିଥିବେ । କୋଲାକାତାରେ ଜଣେ ଯୁବକ ଏପରି କିଛି କରିଛନ୍ତି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୋଲକତା ଟ୍ରେନ୍‌ରେ ଜଣେ ଯୁବକ ଜଣେ ଯୁବତୀକୁ ଦେଖିବା ପରେ ପ୍ରେମରେ ପଡ଼ିଥିଲେ । ଏହାପରେ ଯୁବକ ସେହି ଯୁବତୀଙ୍କୁ ଖୋଜିବା ପାଇଁ କେନ୍ନଗର ଓ ବଲ୍ଲି ମଧ୍ୟରେ ୪୦୦୦ ପୋଷ୍ଟର ଲଗାଇଥିଲେ । କେବଳ ଏତିକି ନୁହେଁ, ଏହି ଘଟଣା ଉପରେ ୭ମିନିଟ୍‌ର ଏକ ସର୍ଟ ସିନେମା ବନାଇ ୟୁଟ୍ୟୁବ୍‌ରେ ପୋଷ୍ଟ ମଧ୍ୟ କରିଛନ୍ତି । ଏହି ପାଗଳପ୍ରେମିକ ଜଣକ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି ।

ବେହେଲାସ୍ଥିତ ଜୋକାରେ ରହୁଥିବା ପଶ୍ଚିମବଙ୍ଗ ରାଜ୍ୟ ପର୍ଯ୍ୟବରଣ ବିଭାଗରେ କାମ କରୁଥିବା ୨୯ବର୍ଷୀୟ ବିଶ୍ୱଜିତ ପୋଦ୍ଦାର ସଲଟ୍ଲେକରେ କାର୍ଯ୍ୟରତ । ଅଫିସ୍‌ରୁ ଘରକୁ ସେ ଟ୍ରେନ୍‌ରେ ଯିବା ଆସିବା କରନ୍ତି । ଜୁଲାଇ ମାସରେ ଗୋଟିଏ ଦିନ ସେ ଷ୍ଟେସନ୍‌ରୁ ଟ୍ରେନ୍‌ରେ ଯିବାକୁ ଅପେକ୍ଷା କରି ବସିଥିଲେ । ସେତେବେଳେ ସେ ଜଣେ ଯୁବତୀଙ୍କୁ ଦେଖିବାକୁ ପାଇଥିଲେ । ଦେଖୁଦେଖୁ ବିଶ୍ୱଜିତ ସେହି ଯୁବତୀଙ୍କ ପ୍ରେମରେ ପଡ଼ିଗଲେ । ତା’ପରେ ସେ ସେହି ଯୁବତୀଙ୍କୁ ଖୋଜିବା ପାଇଁ ୪୦୦୦ ପୋଷ୍ଟର ଲଗାଇଥିଲେ । ଏହି ପୋଷ୍ଟରରେ ବିଶ୍ୱଜିତ ମୋବାଇଲ୍‌ ନମ୍ବର ଦେବା ସହିତ ସେ ବନାଇଥିବା ସିନେମାର ୟୁଟୁବ୍‌ ଲିଙ୍କ ବି ଦେଇଛନ୍ତି ।

ଏହି ଘଟଣାକୁ ନେଇ ବିଶ୍ୱଜିତ କହନ୍ତି, ‘ମୋତେ ଲୋକମାନେ ପାଗଳ ବୋଲି ଭାବୁଛନ୍ତି । ମୁଁ ଜାଣିଛି ଯାହା କରୁଛି ତାହା ବହୁତ ଅଦ୍ଭୁତ, କିନ୍ତୁ ମୁଁ କିଛି ବି କରି ପାରିବି ହେଲେ ସେହି ଯୁବତୀଙ୍କୁ ମନରୁ କାଢ଼ି ପାରିବି ନାହିଁ । ମୁଁ ତାଙ୍କୁ କୌଣସି ଅସୁବିଧାରେ ପକାଇବାକୁ ଚାହେଁ ନାହିଁ, ନା ହିଁ ତାଙ୍କୁ ବଦନାମ୍‌ କରିବାକୁ । ମୁଁ ଏହା ଏଥିପାଇଁ କରୁଛି କି, ସେ ଯୁବତୀ ଜାଣି ପାରନ୍ତୁ କି ତାଙ୍କୁ ମୁଁ ଖୋଜୁଛି । ସେ ଚାହିଁଲେ ମୋତେ ଯୋଗାଯୋଗ କରି ପାରିବେ ।’