ବିହାରରେ ପୁଣି ଏକ ଜଙ୍ଗଲ ରାଜ୍ ! ଜଣେ ବ୍ୟକ୍ତିଙ୍କୁ ଛେପ ଚାଟିବାକୁ ବାଧ୍ୟ କଲେ ସରପଂଚ

32

କନକ ବ୍ୟୁରୋ : ବିହାରରେ ପୁଣି ଏକ ଜଙ୍ଗଲ ରାଜର ଚିତ୍ର ସାମ୍ନାକୁ ଆସିଛି । ତାହା ପୁଣି ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହରରୁ । ନାଲନ୍ଦା ଜିଲ୍ଲାର ଜଣେ ସରପଂଚ, ଜଣେ ବ୍ୟକ୍ତିଙ୍କୁ ଛେପ ଚାଟିବାକୁ କହିବା ସହ ଜୋତାରେ ମାରପିଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତିଙ୍କ ଦୋଷ କେବଳ ଏତିକି ଥିଲା, ଯେ ସେ କବାଟ ନବାଡେଇ, ସରପଂଚଙ୍କ ଘରେ ପଶି ଯାଇଥିଲେ । ଏହି ସମୟରେ ଉପସ୍ଥିତ ଥିବା ଘରର ମହିଳାମାନେ ବି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ଉପରେ ଏଭଳି ଅକଥନୀୟ ଅତ୍ୟାଚାରର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏଯାଏଁ ସଂପୃକ୍ତ ସରପଂଚଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।