ନିଷ୍ଠୁର ବାପା ! ସାମାନ୍ୟ ପାଣି ଗିଲାସେ ପାଇଁ ଝିଅକୁ କଚାଡି ମାରିଲା ବାପ

19

ପୂର୍ବ ଦିଲ୍ଲୀର ଅଶୋକ ନଗର ଠାରେ ଜଣେ ୮ ବର୍ଷୀୟ ନାବାଳିକାକୁ ତା’ର ବାପ ତଣ୍ଟି ଚିପିବା ସହ ଘର ବାହାର ରାସ୍ତାରେ ତା’ ମୁଣ୍ଡକୁ ପିଟି ହତ୍ୟା କରିଛନ୍ତି । ତିନି ଦିନ ଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ଦିନ ଝିଅଟି ମୃତ୍ୟୁ ବରଣ କରିଛି । ମଙ୍ଗଳବାର ଦିନ ଝଅଟ୍ କିନି ପାଣି ଗିଲାସେ ନ ଦେବାରୁ ବାପ ତାଙ୍କୁ ମାରିଥିଲେ ।

ସ୍ୱାମୀ ଅବଦୁଲ୍ ଝିଅକୁ ମାରିବା ଖବର ଜଣାଇ ତା’ର ମାଆ ପିସିଆରକୁ ଫୋନ୍ କଲେ । ଦଳେ ପୁଲିସ ପହଞ୍ଚି ତୁରନ୍ତ ରୁକ୍ସାର୍ ନାମ୍ନୀ ସେ ଝିଅଟିକୁ ଲାଲ୍ ବାହାଦୁର ଶାସ୍ତ୍ରୀ ହସ୍ପିଟାଲକୁ ନେଇ ଥିଲେ । ବଡ଼ ସାଙ୍ଘାତିକ ମସ୍ତିଷ୍କ ଆଘତ ପାଇଥିବା ଝିଅଟି ସେଠାରେ ଭର୍ତ୍ତି ହେଲେ । ପ୍ରାଥମିକ ଅବସ୍ଥାରେ ରୁକ୍ସାର୍ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିଲା । କିନ୍ତୁ ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଲାରୁ ତାଙ୍କୁ ଜିଟିବି ହ୍ସପିଟାଲକୁ ନିଆଯାଇ ଭେଣ୍ଟିଲେଟରରେ ରଖାଗଲା। ଅଳ୍ପ କେତେଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଗଲା ।

ଅବଦୁଲଙ୍କ ପତ୍ନୀ ପୁଲିସବାଲାଙ୍କୁ କହିଛନ୍ତି: ଝିଅ ଓ ସ୍ୱାମୀ ଥିବା ଘରେ ମୁଁ ନ ଥିଲି। ଭଉଣୀ ସହ ଫୋନ୍ରେ କଥାବାର୍ତ୍ତା କରୁଥିବାବେଳେ ସ୍ୱାମୀ ଝିଅକୁ ପାଟି କରୁଥିବା ଶୁଣିଲି । କ’ଣ ହେଲା ବୋଲି ଦୌଡ଼ି ଆସି ଦେଖିଲା ବେଳକୁ ସେ ରୁକ୍ସାର ଚୁଟି ଧରି ଦୁଆର ଆଡ଼କୁ ଘୋଷାରି ନେଉଛନ୍ତି । ଅବଦୁଲଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ମଧ୍ୟ ଚଟକଣା ମାରିଲେ । ସେ ତଳେ ପଡ଼ିଯିବାରୁ ଅବ୍ଦୁଲ୍ ଝିଅର ବେକକୁ ଧରି ଉଠାଇ ତାକୁ ରାସ୍ତାରେ ଉପରେ କଚାଡ଼ି ଦେଲେ । ଝିଅ ମୁହଁମାଡ଼ି ହୋଇ ରାସ୍ତାରେ ପଡ଼ିଲା। ତା’ପରେ ଅବ୍ଦୁଲ୍ ଚୁପଚାପ୍ କିଛି ନ ହେଲା ପରି ଘର ଭିତରକୁ ଚାଲି ଚାଲି ଫେରି ଆସିଲେ।

ଅଳ୍ପ କିଛି ମାସ ହେବ ଅଭିଯୁକ୍ତ ଝିଅ ଓ ପତ୍ନୀଙ୍କ ସହ ଆସି ଦିଲ୍ଲୀରେ ଘର ଭଡ଼ା ନେଇ ରହୁଥିଲେ । ଅବଦୁଲ୍ ମଦ୍ୟପାନ କରି ପତ୍ନୀଙ୍କୁ ମଧ୍ୟ ମାରଧର କରେ। ତେବେ ପୁଲିସ୍ ଅବଦୁଲଙ୍କ ବିରୋଧରେ ଧାରା ୩୦୪ଏ ଆଧାରରେ ମାମଲା ରୁଜୁ କରି ଜେଲ୍ ପଠାଇଛି ।