ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିର୍ତ୍ତୋଲ ଥାନା ସିଦ୍ଧଳ ଗାଁରେ ଗୁଳିକାଣ୍ଡ: ଜଣେ ମୃତ, ୨ ଗୁରୁତର

51

କନକ ବ୍ୟୁରୋ: ଜଗତସିଂହପୁରରେ ଗୁଳିମାଡ । ତିର୍ତ୍ତୋଲ ଥାନା ମଣିଜଙ୍ଗା ସିଦ୍ଧଳ ଗାଁରେ ଗୁଳିକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ବ୍ୟକ୍ତି ହେଉଛନ୍ତି ମୃତକଙ୍କ ଭାଇ ଓ ପୁତୁରା । ଗୁଳିମାଡ କରିଥିବା ଅପରାଧିଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏରସମା-ମଣିଜଙ୍ଗା ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ ।