ମହଙ୍ଗା ପଡିଲା ଗୁଟଖା ଖାଇ ଛେପ ପକାଇବା : ନିଜର ଅସାବଧାନତା ଯୋଗୁଁ ଚାଲିଗଲା ଚାଳକଙ୍କ ଜୀବନ

43

ଯମୁନା ଏକ୍ସପ୍ରେସୱେର ଜିରୋ ପଏଣ୍ଟ ରେ ଦ୍ରୁତ ବେଗରେ ଯାଉଥିବା ଏକ କାର ଭିତରୁ ପାନ ମସଲା ଥୁକିବା ସମୟରେ ଚାଳକଙ୍କ ମୁଣ୍ଡ ଏକ ଗ୍ରିଲରେ ପିଟି ହେଲା । ଏହି ସମୟରେ କାରଟି ଅନିୟନ୍ତ୍ରିତ ହୋଇଗଲା ଓ ଯୁବକ ଜଣକ ଗୁରୁତର ଆହତ ହୋଇଗଲେ । ତାଙ୍କୁ ଦିଲ୍ଲୀର ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା, ଯେଉଁଠି ତାଙ୍କ ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।

ମୂଳରୂପରେ ଚିଟହେରା ଗାଁର ନିବାସୀ ପ୍ରଶାନ୍ତ କସାନା ପ୍ରୋପର୍ଟି ଡିଲର ଥିଲେ । ଗୁରୁବାର ରାତି ସେ ଜାଗୁଆର କାରରେ ଜେବରରୁ ଯମୁନା ଏକ୍ସପ୍ରେସୱେ ରାସ୍ତାରେ ଗ୍ରେଟର ନୋଏଡା ଆସୁଥିଲେ । ଏକ୍ସପ୍ରେସୱେରେ ନିଯୁକ୍ତ ସୁରକ୍ଷାକର୍ମୀ ମହାବୀରଙ୍କ କହିବାନୁସାରେ, କାର ଚାଳକ ପ୍ରଶାନ୍ତ କାର ଝରକାରୁ ମୁଣ୍ଡ ବାହାର କରି ଛେପ ପକାଉଥିଲେ । ଏହି ସମୟରେ କାର ଅନିୟନ୍ତ୍ରିତ ହୋଇ ମୁଣ୍ଡ ଓ କାର ଏକ ଗ୍ରିଲରେ ଧକ୍କା ହେଲା । ସୁରକ୍ଷାକର୍ମୀ ନିଜ ସହକର୍ମୀ ସହିତ ତାଙ୍କୁ କାରରୁ ବାହାର କଲେ ଓ ପଛରୁ ଆସୁଥିବା ଏକ ଅନ୍ୟ କାରର ସହାୟତାରେ ତାଙ୍କୁ ଗ୍ରେଟର ନୋଏଡା ହସପିଟାଲରେ ଭର୍ତ୍ତି କରାଇଲେ ।  ଗାର୍ଡ ଅନୁସାରେ, ଗାଡିର ବେଗ ସେହି ସମୟରେ ୧୨୦ କିମି ଥିଲା । ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀର ଆପୋଲୋ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ନଲେଜ୍ ପାର୍କ ଥାନା ପ୍ରଭାରୀ ଅରବିନ୍ଦ ପାଠକଙ୍କ କହିବାନୁସାରେ, ଏହି ମାମଲାରେ ପରିବାର ପକ୍ଷରୁ କୌଣସି ସୂଚନା ବା ଅଭିଯୋଗ ଆସିନି ।