ଯାଜପୁରରେ ନିର୍ମମ ହତ୍ୟାକାଣ୍ଡ ! ତାଳଜଙ୍ଗ ପଂଚାୟତ ପରିସରରେ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

33

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ବିଭତ୍ସ ହତ୍ୟାକାଣ୍ଡ । ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଗୋପବନ୍ଧୁ ସେଠୀ ଏବଂ ସେ ଜଣେ ଜେସିବି ଡ୍ରାଇଭର ବୋଲି ଜଣାପଡିଛି । ତେବେ କିଏ କାହିଁକି ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଏପଟେ ହତ୍ୟାକାଣ୍ଡର ତଦନ୍ତ ପାଇଁ ଯାଜପୁର ଏସଡିପିଓ ଓ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଂଚିଛି ।

ସୂଚନା ମୁତାବକ, ଆଜି ସକାଳୁ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ତଳଜଙ୍ଗା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଗୋପବନ୍ଧୁ ସେଠୀ (୨୬ ବର୍ଷ) ଓ ସେ ଜଣେ ଜେସିବି ଡ୍ରାଇଭର ବୋଲି ଜଣାପଡ଼ିଛି।। ତେବେ ବିଛାଖଣ୍ଡି ପାହାଡ଼ରେ ପଥର ଖଣିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇ ଜେନାପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।