ଡ୍ରେନ ଭିତରେ ଅଧଘଣ୍ଟା ! ରାଜଧାନୀର ଡ୍ରେନ ଭିତରୁ ରେସ୍କ୍ୟୁ ଅପରେସନ ଲାଇଭ

49

କନକ ବ୍ୟୁରୋ : ହେଲମେଟ ବଞ୍ଚାଇଦେଲା ଜୀବନ । କୌଣସି ବାଇକ ଆରୋହୀଙ୍କର ନୁହେଁ ବରଂ ଜଣେ ଶ୍ରମିକଙ୍କ ଜୀବନ ହେଲମେଟ ପାଇଁ ବଞ୍ଚିଯାଇଛି । ଅଳ୍ପକେ ବର୍ତିଯାଇଛନ୍ତି ଶ୍ରମିକ । ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତିଗଲେ ଶ୍ରମିକ । ଭୁବନେଶ୍ୱର ପଟିଆ ସ୍ଥିତ ଏକ ସୋରୁମ ସାମ୍ନାରେ ଡ୍ରେନେଜ କାମ ଚାଲୁଥିବା ବେଳେ, ଏଭଳି ଅଘଟଣ ଘଟିଛି । କାମ ଚାଲୁଥିବା ସମୟରେ ଜଣେ ଶ୍ରମିକ କୌଣସି ମତେ ଖୋଳା ଯାଇଥିବା ଡ୍ରେନେଜ ଭିତରେ ରହି ଯାଇଥିଲେ । ପାଖାପାଖି ୧୦ ଫୁଟରୁ ଅଧିକ ଖୋଳା ଯାଇଥିବା ଏହି ଗାତ ଭିତରେ ଶ୍ରମିକ ଜଣକ ପଡି ଯିବା ସହ ମାଟିରେ ପୋତି ହୋଇଯାଇଥିଲେ ।

ତେବେ ସାଙ୍ଗରେ କାମ କରୁଥିବା ଶ୍ରମିକ ମାନେ ସାଥୀ ଶ୍ରମିକଙ୍କ ହେଲମେଟ ଦେଖିଥିଲେ । ତେବେ ପାଖରୁ ଦେଖିବାରୁ ମାଟି ଭିତରେ ଶ୍ରମିକ ଜଣକ ଛଟପଟ ହେଉଥିବାର ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ଅଧଘଣ୍ଟା ଖୋଳାଯାଇଥିବା ଡ୍ରେନ ଭିତରେ ରହିଥିଲେ ଶ୍ରମିକ । ପାଖାପାଖି ଅଧଘଂଟା କାଳ ଲାଗିଥିଲା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ । ପାଖରେ ଥିବା ଶ୍ରମିକ ମାନେ ଜେସିବି ସାହାଯ୍ୟରେ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।