ଶ୍ରମିକକୁ ମାଟି ତଳେ ପୋତି ଦେଇଥିଲେ ,କୁକୁର ମଧ୍ୟ ହାତକୁ ଭିଡି କାମୁଡୁଥିଲା କିନ୍ତୁ ପୋଲିସ୍ ଯେତେବେଳେ ପହଞ୍ଚିଲା ଲୋକ ଅବାକ୍ ହୋଇ ରହିଗଲେ ! 

37

ଭୀଷଣ ଖରାରେ ଦିନସାରା ଖଟି ଖଟି ଶ୍ରମିକମାନେ ଯେଉଁଠି ଟିକିଏ ଛାଇ ପାଆନ୍ତି ସେଠାରେ ଗାମୁଛା ପାରି ଶୋଇଯାଆନ୍ତି । ଯାହା କରିଥିଲେ ଜବଲପୁରର ୨୪ ବର୍ଷୀୟ ଶ୍ରମିକ ବିଜୟ ବିଶ୍ୱକର୍ମା । ପ୍ରତିଦିନ ଭଳି ରବିବାର ଦିନ ମଧ୍ୟ ସେ ଜବଲପୁରର ନୋଦରାବ୍ରିଜ୍ ନଗର ନିଗମ ପାଖରେ ଥିବା ଗୋଟିଏ ଖାଲି ପଡିଆରେ ଶୋଇଥିଲେ । କିନ୍ତୁ ଏଭଳି ପଡିଆରେ ଶୋଇବା ତାଙ୍କ ପାଇଁ ବିପଦ ଆଣିଦେଇଥିଲା । ଏହି ଖାଲି ପଡିଆରେ କିଛି ଦିନରୁ ଡମ୍ପରରେ ରାତି ସମୟରେ ମାଟି ପକାଯାଏ । ଉକ୍ତ ଦିନ ମଧ୍ୟ ସେଠାରେ ଡମ୍ପର ସାହାଯ୍ୟରେ ମାଟି ପଡୁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଡମ୍ପର ବିଜୟଙ୍କୁ ଦେଖି ନ ପାରି ତାଙ୍କ ଉପରେ ମାଟି ପକାଇ ଦେଇଥିଲା ।

ରାତିତମାମ ମାଟି ତଳେ ଦବି ରହି ସକାଳୁ ଯେତେବେଳେ କୁକୁର ତାଙ୍କର ହାତ ବାହାରି ଆସିଥିବା ଦେଖି ତାଙ୍କୁ କାମୁଡିବାକୁ ଲାଗିଥିଲେ । ସେତେବେଳେ ବାଟରେ ଯାଉଥିବା ଲୋକ ଏଭଳି ଏକ ଅଜଣା ହାତ ଦେଖି ପୋଲିସକୁ ଫୋନ୍ କରି ଜଣାଇଥିଲେ । ପୋଲିସ୍ ଉକ୍ତ ସ୍ଥାନରେ ପହଞ୍ଚି  ଶ୍ରମିକଙ୍କ ସାହାଯ୍ୟରେ ସ୍ଥାପକୁ ଖୋଳିବା ପରେ ଅସଲ ସତ ବାହାରକୁ ଆସିଥିଲା । ବିଜୟଙ୍କ ଶ୍ୱାସକ୍ରିୟା ଚାଲୁଥିବା ଦେଖି ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଗଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।