ବିଚ ରାସ୍ତାରେ ଯୁବକଙ୍କୁ ନିର୍ଧୂମ ଛେଚିଲେ ଯୁବତୀ । ଯୁବତୀଙ୍କୁ କମେଂଟ ମାରିବା ପଡିଲା ମହଙ୍ଗା

21

କନକ ବ୍ୟୁରୋ : ଭସାଣୀ ଭିଡରେ ଯୁବତୀଙ୍କୁ ଅସଦାରଚରଣ । ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ । କଟକରେ କାଳୀପୂଜା ଭସାଣୀ ବେଳେ କିଛି ଯୁବକ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ କମେଂଟ ମାରିଥିଲେ । ଏପରିକି ଅଶ୍ଲୀଳ ଇଂଗିତ କରିଥିଲେ । ଏହାପରେ ଯୁବତୀ ଜଣକ ସାହସ ଦେଖାଇ ବିଚ ରାସ୍ତାରେ ଯୁବକଙ୍କୁ ନିର୍ଧୂମ ଛେଚିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।