ଅବିଶ୍ୱନୀୟ ମାନବ ! ଏଭଳି ଜଣେ ବ୍ୟକ୍ତି ଯାହାଙ୍କ ଥିଲା ଗୋଟିଏ ମୁଣ୍ଡ କିନ୍ତୁ ଦୁଇଟି ଚେହେରା, ଜଣେ ଶୋଉଥିଲା ଜଣେ ଚେଉଁଥିଲା । 

43

ଏହି ରହସ୍ୟମୟୀ ଦୁନିଆକୁ ଆପଣ ଯେତେ ବୁଝିବାକୁ ଚେଷ୍ଟା କରିବେ ଏହି ଦୁନିଆ ଆପଣଙ୍କୁ ସେତେ ଦ୍ୱନ୍ଦରେ ପକାଇ ଚାଲିଥିବ । ନିତିଦିନିଆ କଥାରେ ଆମେ ଦୁଇଟି ଚେହେରା ଥିବା ଲୋକଙ୍କ କଥା କହିଥାଉ । ଅର୍ଥାତ୍ ଯେ କଥା ହେଲାବେଳେ ଗୋଟିଏ କଥା କହୁଥାଏ ଏବଂ ଅନ୍ୟ ସମୟରେ ଆଉ କିଛି କହୁଥାଏ । ଏଭଳି ଲୋକଙ୍କ କଥା ତ ଆମେ କହିଥାଉ କିନ୍ତୁ କେବେ ଚିନ୍ତା କରିଛନ୍ତି କି ସତରେ ଯଦି ଗୋଟିଏ ମୁଣ୍ଡ ଥିବା ଲୋକ ପାଖରେ ଦୁଇଟି ଚେହେରା ଥାଏ ତେବେ କ’ଣ ଆପଣ ବିଶ୍ୱାସ କରିବେ ।

ଅବିଶ୍ୱାସ ହେଉଛି ନା, ବିଶ୍ୱାସ କରିପାରୁନଥିଲେ ମଧ୍ୟ କଥାଟି ସତ ଆଜ୍ଞା । ଆମେ ଆପଣଙ୍କୁ କହୁଛୁ ୧୯୮୫ ମସିହା କଥା । ଏଭଳି କୁହାଯାଉଥିଲା ଯେ ଇଂଲଣ୍ଡରେ ୧୮ ଶତାବ୍ଦୀରେ ଜଣେ ବ୍ୟକ୍ତି ରହୁଥିଲେ ଯାହାଙ୍କ ନାଁ ଥିଲା ଏଡୱର୍ଡ ମୋରଡ୍ରାକେ । କୁହାଯାଉଛି ଯେ ଏହି ବ୍ୟକ୍ତି ଜଣଙ୍କର ପଛରେ ମଧ୍ୟ ଏକ ଚେହେରା ଥିଲା । ଗୋଟିଏ ଚେହେରା ଶୋଉଥିବା ବେଳେ ଅନ୍ୟ ଚେହେରାଟି ଜାଗୃତ ରହୁଥିଲା ।

ଏଭଳି ମଧ୍ୟ କୁହାଯାଉଛି ଯେ ଏଡୱର୍ଡଙ୍କ ପଛ ଚେହେରାଟି କେବେ ସକ୍ରିୟ ରହୁନଥିଲା କିନ୍ତୁ ସମ୍ମୁଖ ଚେହେରାଟି ଶୋଇବା କ୍ଷଣି ପଛ ଚେହେରାଟି ଜାଗୃତ ହୋଇଯାଉଥିଲା । ରାତିରେ ସେ ଠିକ୍ ରୁପେ ଶୋଇପାରୁ ନଥିଲେ । ତାଙ୍କ ପଛ ଚେହେରାଟି ତାଙ୍କ କାନ ପାଖରେ ପ୍ରତିଦିନ ଫୁସ୍ ଫୁସ୍ ହୋଇ କିଛି କହୁଥିଲା । ସେ ଏହି ଚେହେରା କାରଣରୁ ବହୁ ଅସୁବିଧାର ସମ୍ମୁଖିନ ମଧ୍ୟ ହେଉଥିଲେ ଏବଂ ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । କିନ୍ତୁ ସେତେବେଳେ ଟେକ୍ନୋଲଜି ଏତେ ବିକଶିତ ହୋଇନଥିଲା । ଯେଉଁ କାରଣରୁ ତାଙ୍କ ଚିକିତ୍ସା ମଧ୍ୟ ସମ୍ଭବ ହୋଇ ପାରିନଥିଲା । ପ୍ରତିଦିନ ଏଭଳି ସମସ୍ୟାରେ ରହି ସେ ଅବସାଦରେ ଚାଲିଆସିଥିଲେ ଏବଂ ଜୀବନକୁ ତୁଚ୍ଛ ମଣି ଆତ୍ମହତ୍ୟା ମଧ୍ୟ କରିଥିଲେ ।