କିଡନୀ ବିକିବାକୁ ଲାଗିଲା ପୋଷ୍ଟର ! ଦାମ ୫୦ ଲକ୍ଷ, ସାଉଦି ଆରବରୁ ଆସିଲା ଫୋନ

21

ଆଜିକାଲି ଅନେକ ଲୋକ କୋର୍ଟର ଆଦେଶକୁ ମାନୁନଥିବା ବେଳେ ମଧ୍ୟପ୍ରଦେଶର ଜଣେ ଯୁବକ କୋର୍ଟର ଆଦେଶ ପାଳନ କରି ଚର୍ଚ୍ଚାରେ । ମଧ୍ୟପ୍ରଦେଶର ୩୪ ବର୍ଷିୟ ପ୍ରକାଶ ଅହିରବାର ଏବେ ଚର୍ଚ୍ଚାରେ । ପ୍ରକାଶ କୌଣସି ସେଲିବିଟ୍ରି ନୁହଁନ୍ତି କିମ୍ବା କୌଣସି ବଡ ନେତା ନୁହଁନ୍ତି । କେବଳ ଏକ ପୋଷ୍ଟର ଳଗାଇ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ପୋଷ୍ଟରରେ ସେ ଏମିତି କିଛି ଲେଖିଥିଲେ ଯାହା ତାଙ୍କୁ ଚର୍ଚ୍ଚିତ କରିଛି । ଏହି ପୋଷ୍ଟର ପାଇଁ ତାଙ୍କୁ ଦେଶ ବିଦେଶରୁ ଫୋନ କଲ ଆସୁଛି । ପୂରା ଘଟଣା ଜାଣିଲେ ଆପଣ ଚକିତ ହୋଇଯିବେ ।

ଗତ ସେପ୍ଟେମ୍ବର ମାସରେ ପ୍ରକାଶ ସ୍ଥାନୀୟ ସହରର ସମସ୍ତ ସ୍ଥାନରେ ପୋଷ୍ଟର ଲଗାଇଥିଲେ । ଯେଉଁ ପୋଷ୍ଟରକୁ ଲୋକେ ମନ ଧ୍ୟାନ ଦେଇ ପଢୁଥିଲେ । ଏହି ପୋଷ୍ଟର ମାଧ୍ୟମରେ ନିଜର କିଡନୀ ବିକିବାକୁ ବିଜ୍ଞାପନ ଦେଇଥିଲେ ପ୍ରକାଶ । ପୋଷ୍ଟରରେ କିଡନୀର ମୂଲ୍ୟ ୫୦ ଲକ୍ଷ୍ୟ ଟଙ୍କା ଦର୍ଶାଇଥିଲେ ପ୍ରକାଶ । ଏହି ବିଜ୍ଞାପନକୁ ଦେଖି ଦେଶ ତଥା ଦେଶ ବାହାରୁ ଅନେକ ଲୋକ ଫୋନ କରିଥିଲେ । ଏପରିକି ସାଉଦି ଆରବରୁ ମଧ୍ୟ ତାଙ୍କ ପାଖକୁ କଲ ଆସିଥିଲା । କିଡନୀ ପାଇଁ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ସାଉଦି ଯୁବକ । କିନ୍ତୁ ପ୍ରକାଶ ଏ ପ୍ରସ୍ତାବରେ ରାଜି ହୋଇନଥିଲେ । କିଡନୀ ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ । ପେଶାରେ ପାଣିପାଇପ କାମ କରୁଥିବା ପ୍ରକାଶ କିଡନୀ ବିକିବା ପଛରେ ଏକ ବଡ କାରଣ ରହିଛି ।

ପାରିବାରିକ ବିବାଦ କାରଣରୁ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ପ୍ରକାଶ । ତେବେ ଛାଡପତ୍ର ପରେ ପତ୍ନୀଙ୍କ ଭରଣ ପୋଷଣ ଦାୟିତ୍ୱ ନେବାକୁ ତାଙ୍କୁ କୋର୍ଟ ଆଦେଶ ଦେଇଛନ୍ତି । ତେବେ ତାଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ । ଅନ୍ୟପଟେ କୋର୍ଟର ଆଦେଶ ଉଲ୍ଲଂଘନ କରିବାକୁ ସେ ଚାହୁଁ ନାହାନ୍ତି । ତେଣୁ ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ସେ ନିଜ କିଡନୀ ବିକିବାକୁ ସ୍ଥିର କରିଥିଲେ । ଏହାଦ୍ୱାରା ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ଟଙ୍କା ମିଳିଯିବା ସହ କୋର୍ଟର ଆଦେଶ ମଧ୍ୟ ପାଳନ କରିହେବ ହେବ ବୋଲି ସେ କହିଛନ୍ତି । ୨୦୦୨ ମସିହାରେ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ ପ୍ରକାଶ ।