ମୃତ୍ୟୁର ୪ ଘଣ୍ଟା ପରେ ପୁଣି ଫେରିଲା ଜୀବନ ! ସ୍ତବ୍ଧ ହୋଇଗଲା ପୁରା ପରିବେଶ ।

242

ଏମିତି ଏକ ଘଟଣା, ଯାହାକୁ ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ଉପସ୍ଥିତ ଥିବା ସମସ୍ତ ଲୋକେ ସ୍ତବ୍ଧ ହୋଇଯାଇଥିଲେ, ଯେତେବେଳେ ଜଣେ ମୃତ ବ୍ୟକ୍ତି ପୁଣି ଥରେ ଜିଇଁ ଉଠିଥିଲେ । ରାଜସ୍ଥାନରେ ଏମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ପରିବାରବର୍ଗ ତାଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରୁଥିଲେ । ଲୋକମାନେ ମାନିନେଇଥିଲେ ଯେ, ଏହି ବ୍ୟକ୍ତି ଆଉ ଦୁନିଆରେ ନାହାନ୍ତି । କିନ୍ତୁ ୪ ଘଣ୍ଟା ପରେ କିଛି ଏପରି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା ।

ମୃତ୍ୟୁର ୪ ଘଣ୍ଟା ପରେ ପୁଣି ଜୀଇଁ ଉଠିଥିଲେ ଏହି ବ୍ୟକ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ୯୫ ବର୍ଷୀୟ ଏହି ବୃଦ୍ଧଙ୍କର ଦ୍ୱିପହର ପାଖାପାଖି ୧.୩୦ ସମୟରେ ମୃତ୍ୟୁ ହୋଇଥିଲା । ସମସ୍ତ ପ୍ରିୟଜନଙ୍କୁ ତାଙ୍କ ମୃତ୍ୟୁ ଖବର ପଠାଯାଇଥିଲା । ଅନ୍ତିମ ସଂସ୍କାରର ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ହୋଇଥିଲା । ଆଉ ସବୁଠାରୁ ବଡ କଥା ହେଉଛି, ମୁଖାଗ୍ନି ଦେବା ପାଇଁ ତାଙ୍କ ପୁଅ ଶୁଦ୍ଧି ମଧ୍ୟ ହୋଇଥିଲେ । କିନ୍ତୁ ଯେତେବେଳେ, ପ୍ରଥା ଅନୁଯାୟୀ, ତାଙ୍କୁ ଗାଧୋଇବାକୁ ନିଆଯାଇଥିଲା, ସେତେବେଳେ ତାଙ୍କ ଶ୍ୱାସକ୍ରିୟା ପୁଣି ଥରେ ଚାଲୁଥିବା ଜଣାପଡିଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଖଟରେ ଶୁଆଇ ଦିଆଯାଇଥିଲା । କିଛି ସମୟ ପରେ ସେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘଟଣାକୁ ଲୋକମାନେ ଭଗବାନଙ୍କ ଚମତ୍କାର ବୋଲି କହିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।