ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଦାଗ ! ଋଣ ଶୁଝିବା ପାଇଁ ନିିଜର ଦାୟିତ୍ୱ ଭୁଲିଗଲା ସାତ ଜନମର ସାଥୀ, ସାହୁକାର ହାତରେ ସ୍ତ୍ରୀକୁ ଟେକିଦେଲା ସ୍ୱାମୀ

51

ବିବାହ ଏକ ପବିତ୍ର ସମ୍ପର୍କ ଯାହା ଭଗବାନ ଗଢ଼ିଥାଆନ୍ତି । ସ୍ୱର୍ଗରେ ହିଁ ବିବାହ ଥୟ ହୋଇସାରିଥାଏ । କେବଳ ଲୋକଦେଖାଣିଆ ପାଇଁ ସମସ୍ତେ ଜାକଜମକରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥାଏ । ସ୍ୱାମୀ ସ୍ତ୍ରୀର ସମ୍ପର୍କ ସ୍ନେହ, ପ୍ରେମ ଓ ବିଶ୍ୱାସରେ ଗଢା ହୋଇଥାଏ । ବିବାହ ପରେ ଦୁହେଁ ଦୁହିଁଙ୍କ ଯତ୍ନ ନେବା ସହ ଉଭୟେ ଉଭୟଙ୍କ ଉପରେ ନିର୍ଭଳଶୀଳ ହୋଇଯାଆନ୍ତି । ତେବେ ସମ୍ପର୍କ ଭିତରେ ଯେବେ ଟଙ୍କାକୁ ପ୍ରାଧାନ୍ୟ ଦିଆଯାଏ, ସେତେବେଳେ ସମ୍ପର୍କର ଅସେନ୍ତାଷର ବିଷମଞ୍ଜି ବୁଣି ହୋଇଯାଏ । କେଇଟା ଟଙ୍କା ପାଇଁ ଆଜିକାଲି ସମ୍ପର୍କର ମହତ୍ୱ ଭୁଲିଯାଉଛି ମଣିଷ । ନିକଟରେ ରାଜସ୍ଥାନରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ।

ଋଣ ସୁଝିବା ପାଇଁ ରାଜସ୍ଥାନ ଉଦୟପୁରର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ସାହୁକାର ହାତରେ ଟେକିଦେଇଛି । ସେପଟେ ସାହୁକାର ଜଣକ ମଧ୍ୟ ଅସହାୟ ମହିଳା ଜଣଙ୍କର ଯୌନଶୋଷଣ କରିଥିଲେ । କେବଳ ଏତିକି ନୁହେଁ ଅସହାୟ ମହିଳାଙ୍କ ଦୁଃଖ ଏତିକିରେ ସରିନଥିଲା । ସାହୁକାର ଜଣକ ତାଙ୍କର ଅଶ୍ଳୀଳ ଭିଡ଼ିଓ ତିଆରି କରି ତାଙ୍କୁ ବ୍ଲାକମେଲ୍ କରିବାରେ ଲାଗିଲେ । ତଥାପି ଚୁପ ରହିଥିଲେ ମହିଳା ଜଣକ । ହେଲେ ଯେତେବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ନାବାଳିକ ଝିଅ ଉପରେ ଖରାପ ନଜର ପକାଇଥିଲେ ସେ ଆଉ ଚୁପ୍ ବସିନଥିଲେ ।

ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀ ମାର୍କେଟିଂ କାମ କରୁଥିଲେ । ଅବସ୍ଥା ସ୍ୱଚ୍ଛଳ ଥିଲା । ହେଲେ ଘର କିଣିବା ପାଇଁ ସାହୁକାର ପାଖରୁ ୨୮ ଲକ୍ଷ ଟଙ୍କା ଉଧାର ଆଣିଥିଲେ ମହିଳାଙ୍କ ସ୍ୱାମୀ । ତେବେ ଘର କିଣିବା ପରେ ତାଙ୍କର ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିଲା କାରଣ ସାହୁକାର ତାଙ୍କୁ ହଇରାଣ କରିବାରେ ଲାଗିଲେ । ଆଉ ଅନ୍ୟଉପାୟ ନପାଇ ତା’ପରେ ଉକ୍ତ ସାହୁକାର ସହ ଅନୈତିକ ସମ୍ପର୍କ ରଖିବା ପାଇଁ ସ୍ୱାମୀ ବାଧ୍ୟ କରୁଥିଲେ । ମନା କଲେ ମାଡ଼ ମଧ୍ୟ ମାରୁଥିଲେ । ସ୍ୱାମୀ ନଥିବା ସମୟରେ ସାହୁକାର ତାକୁ ବଳପୂର୍ବକ ଅନୈତିକ ସମ୍ପର୍କ ରଖୁଥିଲା ହେସବୁ ଜାଣିଶୁଣଇ ଚୁପ ରହୁଥିଲେ ମହିଳା । ହେଲେ ନାବାଳିକା ଝିଅ ସହ ଏପରି କରିବା କଥା ଶୁଣିବାକରୁ ସେ ପୋଲିସରେ ଅଭିଯୋଗ କରିତିଲେ । ଅଭିଯୋଗ ପରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ୍ । ସାହାକୁର ସମେତ ଆଉ ୬ ଜଣଙ୍କ ବିରୋଧରେ ମାମଲା ଚାଲିଛି ।