ସଂଘର୍ଷରୁ ସଫଳତା ! ତାରାଙ୍କ ଗହଣରେ ପହଂଚିଲେ ବସ୍ତିର ପୁଅ । ମୁମ୍ବାଇର ପ୍ରଥମ ଇସ୍ରୋ ବୈଜ୍ଞାନିକ ।

47

ଚନ୍ଦ୍ରକୁ ଯିବା ପାଇଁ ସ୍ୱପ୍ନ ଦେଖ । ଯଦି ଯାଇନପାରିବ ତେବେ ତାରାମାନଙ୍କ ଗହଣରେ ଓହ୍ଲାଇବ । କିନ୍ତୁ ଉଭୟରେ ସଫଳତା ପାଇଥିଲେ ପାର୍ଥମେଶ ହିରଭେ ।
ମୁମ୍ବାଇରୁ ଇଂଜିନିୟରିଂ ପାସ କରିଥିବା ୨୫ ବର୍ଷିୟ ହିରଭେ ପାୱାଇ ନିକଟସ୍ଥ ଫିଲଟରପଡା ବସ୍ତିରେ ରହନ୍ତି । କିନ୍ତୁ ଏହି ଛୋଟିଆ ଘରର ଚାରି କାନ୍ଥ ତାଙ୍କ ସ୍ୱପ୍ନକୁ ଅଟକାଇପାରିନଥିଲା । ଆଉ ଶେଷରେ ସଫଳତା ପାଇଥିଲେ । ହୋଇଥିଲେ ମୁମ୍ବାଇର ପ୍ରଥମ ଇସ୍ରୋ ଇଂଜିନିୟର ।

ଭଗୁଭାଇ ମଫତଲାଲ ପଲିଟେକନିକ କଲେଜରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ ହିରଭେ । ପରେ ଏଲ ଆଣ୍ଡ ଟି ଓ ଟାଟା ପାୱାରରେ ଇଂଟର୍ଣ୍ଣସିପ କରିବା ପରେ ଉଚ୍ଚଶିକ୍ଷା ପାଇଁ ଚିନ୍ତା କରିଥିଲେ ଏବଂ ସେ ନଭିମୁମ୍ବାଇର ଶ୍ରୀମତୀ ଇନ୍ଦିରାଗାନ୍ଧୀ କଲେଜ ଅଫ ଇଂଜିନିୟପରିଂରୁ ଡିଗ୍ରୀ ଶେଷ କରିଥିଲେ । ତେବେ ଅନେକ କଷ୍ଟ ଭିତରେ ସ୍ୱପ୍ନ ଦେଖିବା ଛାଡିନଥିଲେ ହିରଭେ । ସବୁବେଳେ କିଛି ନୂଆକରିବା ପାଇଁ ସ୍ୱପ୍ନ ଦେଖୁଥିବା ପାର୍ଥମେଶଙ୍କ ବିଷୟରେ ବି ତାଙ୍କ ପରିବାର ଜାଣିପାରିନଥିଲେ ।

କ୍ୟାରିୟର କାଉନସେଲର ଭାବେ କାମ ଆରମ୍ଭ କରିଥିବା ହିରଭେଙ୍କ ଯାତ୍ରାରେ ଅନେକ ଅନ୍ତରାୟ ଦେଖାଦେଇଥିଲା । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠି ଭାଷାରେ ପାଠ ପଢିଥିବା ଛାତ୍ର ପାଇଁ ଡିପ୍ଲୋମା ଇଂଜିନିୟରିଂ ଶେଷ କରିବା ଚ୍ୟାଲେଂଜ ହୋଇଥିଲା । ଅନେକ ପରିଶ୍ରମ, ବାଧାବିଘ୍ନ ସହ ନିଜେ ରୋଜଗାର କରି ପଢି ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା କରିଥିଲେ । ୨୦୧୪ରେ ଇଂଜିନିୟରିଂ ଡିଗ୍ରୀ ପାଇବା ପରେ ହିରଭେ ୟୁପିଏସସି ପରୀକ୍ଷାରେ ଫେଲ ହୋଇଥିଲେ ।

ତେବେ ହାରମାନିନଥିଲେ ସେ । ନିଜର ଲକ୍ଷ୍ୟକୁ ସଫଳ କରିବା ପାଇଁ ଅଧିକ ପରିଶ୍ରମ କଲେ । କାହାର ଆନ୍ତରିକ ପରିଶ୍ରମ କେବେ ବୃଥା ଯାଏନି । ବାରମ୍ବାର ବିଫଳ ହେବା ପରେ ବି ଆଶାଛାଡିନଥିଲେ କି ଥକିଯାଇନଥିଲେ । ଅନ୍ୟତ୍ର ଚାକିରି କରିବା ପରେ ଇସ୍ରୋରେ ଚାକିରି କରିବାର ସ୍ୱପ୍ନ ତାଙ୍କୁ ସଫଳତା ଦେଇଥିଲା । ତେଣୁ ସେ ଆଉଥରେ ଆବେଦନ କରିଥିଲେ ।

୧୬ହଜାର ଆବେଦନକାରୀଙ୍କ ଭିତରୁ ନଅ ଜଣେ ମନୋନୀତ ହୋଇଥିଲେ । ଆଉ ସେମାନଙ୍କ ଭିତରେ ଥିଲେ ହିରଭେ । ପାର୍ଥମହେଶଙ୍କ ପରିବାରର ଅନେକ ଇସ୍ରୋ ବିଷୟରେ ମଧ୍ୟ ଜାଣିନଥିଲେ । ହିରଭେଙ୍କ ମାଆ ଇନ୍ଦୁ ପୁଅର ସଫଳତାରେ ବିଭୋର ହୋଇ କହିଥିଲେ, ମୁଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି, ଏହି ଚାକିରି କଣ ଜାଣିନାହିଁ । ମୋ ସ୍ୱାମୀ ଏହି ସଂସ୍ଥା ବିଷୟରେ ବୁଜାଇବା ପରେ ମୋ ଆଖିରୁ ଲୁହ ବାହାରିଆସିଥିଲା । ବର୍ତମାନ ହିରଭେ ଇସ୍ରୋର ଇଲେକ୍ଟ୍ରିକାଲ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି । କଠିନ ପରିଶ୍ରମ, ନିଷ୍ଠା ଓ ଆନ୍ତରିକ ଚେଷ୍ଟା କିପରି ବିଫଳ ହୁଏ ନାହିଁ ତାହା ଦେଖାଇଛନ୍ତି ପାର୍ଥମେଶ ହିରଭେ ।