ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ଏକ ଅଭିନବ ପ୍ରୟାସ : ଅର୍ଥାଭାବ ଯୋଗୁଁ ପ୍ଲାଷ୍ଟିକ ବୋତଲରେ କଲେ ଶୈାଚାଳୟ

31

ଲୋକମାନେ ପ୍ଲାଷ୍ଟିକ ବୋତଲକୁ ଫୋପାଡି ଦେଉଥିବା ବେଳେ ପଶ୍ଚିମ ବଂଗାଲର ଅଶୋକ ଭୌମିକ ଏହାର ସହାୟତାରେ କାନ୍ଥ ଉଠାଉଛନ୍ତି । ବୋଧହୁଏ ଆପଣ ଏହା ଶୁଣି ବିସ୍ମିତ ହେଉଥିବେ, କିନ୍ତୁ ପ୍ରକୃତରେ ଅଶୋକ ପ୍ଲାଷ୍ଟିକ ବୋତଲ ସହାୟତାରେ ଶୈାଚାଳୟ ନିର୍ମାଣ କରିଛନ୍ତି । ପଶ୍ଚିମ ବଂଗାଲର ବର୍ଧମାନ ଜିଲ୍ଲାର ଅଶୋକ ଭୌମିକଙ୍କ ଏହି ପ୍ଲାଷ୍ଟିକ ବୋତଲ ଶୈାଚାଳୟକୁୁ ଦେଖିବା ପାଇଁ ବହୁ ଦୂରରୁ ଲୋକେ ଧାଇଁ ଆସୁଛନ୍ତି । ପ୍ଲାଷ୍ଟିକ ବୋତଲ ନିର୍ମିତ ଶୈାଚାଳୟକୁ ଯେକେହି ଦେଖିଲେ ଚକିତ ହେଇଯାଉଛନ୍ତି ।

ଅଶୋକ ପାଖରେ ସେତିକି ଟଙ୍କା ନଥିଲା ଯେତିକିରେ ଶୈାଚାଳୟ ନିର୍ମାଣ ହୋଇପାରିବ, କିନ୍ତୁ ଶୈାଚାଳୟର ନିର୍ମାଣ ଜରୁରୀ ଥିଲା । ଏଥିପାଇଁ ସେ ଏକ ଉପାୟ ପାଂଚିଲେ ଓ ପ୍ଲାଷ୍ଟିକ ବୋତଲରେ ବାଲି ଓ ଅନ୍ୟ କିଛି ଆବର୍ଜନା ଭର୍ତ୍ତି କରି ଶୈାଚାଳୟର କାନ୍ଥ ନିର୍ମାଣ କଲେ । ଅଶୋକଙ୍କ ମୁତାବକ ପ୍ଲାଷ୍ଟିକ ବୋତଲ ଇଟା ଠାରୁ ଶସ୍ତା ଥାଏ । ବାଲି ଓ ଅଳିଆ ଆବର୍ଜନାରେ ଭର୍ତ୍ତି ଏହି ବୋତଲ ଗୁଡିକୁ ଏକ ଲାଇନରେ ରଖାଯାଏ ଏବଂ ପୁଣି ସିମେଣ୍ଟ ଓ ମାଟିରେ ଏହାକୁ ଜୋଡି ଦିଆଯାଏ । ପ୍ଲାଷ୍ଟିକ ପରିବେଶକୁ କ୍ଷତି ପହଂଚାଉଥିବା ବେଳେ ପ୍ଲାଷ୍ଟିକକୁ ରିସାଇକ୍ଲିଙ୍ଗ କଲେ ଅଧିକ ଖର୍ଚ୍ଚ ହୋଇଥାଏ । ତେବେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିବାର ଏମିତି ଉପାୟ ପ୍ଲାଷ୍ଟିକ ସହ ଜଡ଼ିତ ପ୍ରଦୂଷଣକୁ ରୋକିବା ଲାଗି ଏକ ଅଭିନବ ପଦକ୍ଷେପ ରୂପେ ସାମନାକୁ ଆସିଛି ।