ପୁତ୍ର ମୋହ କଲା ଅନ୍ଧ ! ପୁଅ ଲୋଭରେ ସାନ ଭାଈର ଶଯ୍ୟାସଙ୍ଗୀନ ହେବାକୁ ସ୍ତ୍ରୀକୁ ବାଧ୍ୟ କଲା ସୈତାନ ସ୍ୱାମୀ

23

କନକ ବ୍ୟୁରୋ : ସ୍ତ୍ରୀକୁ ପରପୁରୁଷର ଶର୍ଯ୍ୟା ସଂଗୀନ ହେବାକୁ ବାଧ୍ୟ କରୁଥିଲା ସ୍ୱାମୀ । ଲିଙ୍ଗଗତ ଅସମାନତା ବିରୋଧରେ ସରକାର ଅନେକ ସଚେତନତା ସୃଷ୍ଟି କରୁଥିବା ବେଳେ ପୁତ୍ର ସନ୍ତାନ ମୋହରେ ଅନ୍ଧ ହୋଇ ନିଜ ସ୍ତ୍ରୀକୁ ସାନ ଭାଇ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସୈତାନ ସ୍ୱାମୀ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାରସୁଗୁଡା । ଶେଷରେ ନ୍ୟାୟ ପାଇଁ ସ୍ୱାଚ୍ଛାସେବୀ ସଂଗଠନ ସହାୟତାରେ ସ୍ୱାମୀ ଓ ଦିଅର ବିରୋଧରେ ଥାନାର ଏତଲା ଦେଇଛନ୍ତି ପୀଡିତା ।

ସ୍ତ୍ରୀ ପାଇଁ ସ୍ୱାମୀ ସାଜିଥିଲା ସୈତାନ । ପୁଅ ମୋହରେ ସ୍ତ୍ରୀକୁ ବାଧ୍ୟ କରୁଥିଲା ପରପୁରୁଷ ସହ ସମ୍ପର୍କ ରଖିବାକୁ । ପରପୁରୁଷ ଆଉ କେହି ନଥିଲା ବରଂ ଦିଅର ସହ ଶଯ୍ୟାସଙ୍ଗନୀ ହେବାକୁ ବାଧ୍ୟ କରିଥିଲା ସ୍ୱାମୀ । ଏଭଳି ଏକ ଘଟଣା ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ସତ । ଝାରସୁଗୁଡାର ଏହି ପୀଡିତାଙ୍କ ଦୁଇଟି ଝିଅ ପରେ ପୁଅ ହେବା ଲୋଭରେ ସ୍ୱାମୀ ଜଣଙ୍କ ନିଜ ସାନ ଭାଇ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଦିନକୁ ଦିନ ପୀଡିତାଙ୍କ ଉପରେ ନିର୍ଯାତନା ବଢିଥିଲା । ଗତ ୨୬ ତାରିଖରେ ସୈତାନ ସ୍ୱାମୀ, ସାନଭାଇକୁ ଘରକୁ ଡାକି ତାଙ୍କ ସ୍ତ୍ରୀ ସହ ସମ୍ପର୍କ ରଖିବାକୁ କହିଥିଲେ । ଭାଇଙ୍କ କଥାରେ ରାଜି ହୋଇ ଭାଉଜକୁ ଶଯ୍ୟା ସଂଗୀନ କରିବା ପାଇଁ ଆଗେଇ ଆସିଥିଲା ଦିଅର ।

ସରକାର ଯେଉଁ ସମୟରେ ଲିଙ୍ଗଗତ ଅସମାନତା ବିରୋଧରେ ଅଭିଯାନ ଜାରି ରଖିଛନ୍ତି । ସେହି ସମୟରେ ଝାରସୁଗୁଡାର ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ନ୍ୟାୟ ପାଇଁ ପୀଡିତା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏ ବାବଦରେ ମୁହଁ ଖୋଲୁନି ବନହରପାଲ୍ଲି ପୁଲିସ ।