ଗାନ୍ଧୀଙ୍କ ନାମରୁ ‘ମହାତ୍ମା’ ହଟାଇବାକୁ କରିଥିଲେ ଆବେଦନ ! ହାଇକୋର୍ଟ ଲଗାଇଲା ୧୦ ହଜାର ଟଙ୍କାର ଜରିମାନା

21

କନକ ବ୍ୟୁରୋ: ମାଦ୍ରାସ ହାଇକୋର୍ଟରେ ଜଣେ ବ୍ୟକ୍ତି ନୋଟ୍ ଉପରେ ଥିବା ଗାନ୍ଧୀଙ୍କ ନାମ ପୂର୍ବରୁ ‘ମହାତ୍ମା’ ଶବ୍ଦ ହଟାଇବା ପାଇଁ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ । ତାଙ୍କର ଏହି ଆବେଦନକୁ କୋର୍ଟ ଖାରଜ କରିବା ସହ ଅଯଥାରେ ଅଦାଲତ ସମୟ ନଷ୍ଟ କରିବା ଅଭିଯୋଗରେ ୧୦,୦୦୦ ଟଙ୍କା ଜରିମାନା ଘୋଷଣା କରିଛନ୍ତି ।

ଅଭିଯୋଗକାରୀ ଏସ୍ ମୁରୁଗନାନ୍ଥମ ଆଣିଥିବା ଏହି ଜନ ସ୍ୱାର୍ଥ ମାମଲାକୁ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ବିଚାରପତି ଏମ୍ ସୁନ୍ଦର ଏକ ଭିତ୍ତିହୀନ ଆବେଦନ ବୋଲି କହିଛନ୍ତି। ଯାହାକି ଅଦାଲତଙ୍କର ମୂଲ୍ୟବାନ ସମୟ କ୍ଷୟ କରିଛି ।

ଉଲ୍ଲେଖଯୋଗ୍ୟ, ଭାରତୀୟ ନୋଟରେ ଏମ୍ କେ ଗାନ୍ଧୀଙ୍କ ନାମ ପୂର୍ବରୁ ଲେଖାଯାଇଥିବା ‘ମହାତ୍ମା’ ଶବ୍ଦ ସମ୍ବିଧାନର ଧାରା ୧୪ ଏବଂ ୧୮କୁ ଉଲଂଘନ କରୁଛି ବୋଲି ଅଭିଯୋଗକାରୀ ଯୁକ୍ତି କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ଉପରେ ଗାନ୍ଧୀଙ୍କ ନାମ ପୂର୍ବରୁ ‘ମହାତ୍ମା’ ଲେଖି ଟଙ୍କା ଛାପିବା ସମ୍ବିଧାନକୁ ଅପମାନ ବୋଲି ସେ ଦାବି କରିଥିଲେ ।