ଦିଲ୍ଲୀ ଚିଡିଆଖାନାରୁ ଆସିଲା ଲୋମଟାଙ୍କୁରା ଚିତ୍ର : ସିଂହ ଖୁଆଡକୁ ଡେଇଁଲେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ, ସିଂହକୁ ବେହୋସ କରି ଯୁବକଙ୍କୁ ଉଦ୍ଧାର କଲେ ଚିଡିଆଖାନା କର୍ତ୍ତୃପକ୍ଷ

417

କନକ ବ୍ୟୁରୋ : ସିଂହ ଖୁଆଡକୁ ଡେଇଁଲେ ଯୁବକ । ଦିଲ୍ଲୀ ଚିଡିଆଖାନାରୁ ଆଜି ଏକ ଲୋମଟାଙ୍କୁରା ଚିତ୍ର ଆସିଛି । ଜଣେ ଯୁବକ ସିଂହ ରହୁଥିବା ଖୁଆଡକୁ ହଠାତ୍ ଡେଇଁ ପଡିଥିଲେ । ଏବଂ ଯୁବକ ଜଣଙ୍କ ଗୋଟିଏ ସିଂହ ଆଗରେ ବସିପଡିଥିଲେ । ତେବେ ସିଂହ ଆଗରେ ବସିଥିଲେ ମଧ୍ୟ ସିଂହଟି ଯୁବକଟିର କିଛି କ୍ଷତି କରିନଥିଲା । କିଛି ସମୟରେ ସିଂହଟି ଯୁବକଙ୍କ ପାଖକୁ ଆସି ତାଙ୍କୁ ଶୁଂଘି ଥିଲା ।

ଯୁବକ ଜଣଙ୍କ ପୂର୍ବଭଳି ସିଂହ ପାଖରେ ବସି ରହିଥିଲେ । ଏହାକୁ ଦେଖି ସିଂହ ସଫାରୀ ଭିତରେ ଥିବା ଅନ୍ୟ ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଯୁବକ ଜଣକ ତାର ତାଲିରେ ତିଆରି ହୋଇଥିବା ଖୁଆଡକୁ ଡେଇଁବା ପରେ ସେଠାରେ ଥିବା ସିଂହ ମାନଙ୍କ ଆଗରେ ବୁଲୁଥିବା ଦେଖିବାକୁ ମିଳିଛି ।

ତେବେ ସେଠାରେ ଥିବା ଚିଡିଆଖାନାର କର୍ମଚାରୀମାନେ ସିଂହକୁ ବେହୋସ କରି ଯୁବକଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ । ସୂଚନା ଅନୁଯାୟୀ, ଯୁବକ ଜଣକ ହେଉଛନ୍ତି ବିହାରର ରେହେନା ଖାନ୍ ।