କନକ ବ୍ୟୁରୋ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ସହଦେବ ସାହୁ ଓ ଦେବାନନ୍ଦ ସାହୁ ବୋଲି ଜଣାପଡିଛି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଅରୁପାନନ୍ଦ ସାହୁ ବୋଲି ପରିଚୟ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବାରାହା ଶିକାର କରିବା ପାଇଁ କେହି ୧୧କେଭି ତାରରେ ହୁକ୍ ପକାଇ ଖୋଲା ଜମିରେ ବାଇଣ୍ଡିଙ୍ଗ୍ ତାର ବିଛାଇଥିଲା । ସକାଳୁ ଏମାନେ ଶୌଚ ପାଇଁ ଯାଇଥିବାବେଳେ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ କିଏ ଏହି ତାର ବିଛାଇଥିଲା ଜଣା ପଡିନାହିଁ । ସୁବଳୟା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଦୁଇଟି ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି ।