ଅଭିନବ ଉପାୟରେ ଚୋରୀ ! କୋକାକୋଲା ବୋତଲ ପରି ପୋଷାକ ପିନ୍ଧି ଲୁଟି ନେଲେ ରେଷ୍ଟୁରାଂଟ, ଭିଡ଼ିଓ ଭାଇରାଲ

25

ଲୁଟ୍ ଓ ଡ଼ାକୟତି ଘଟଣା ଏବେ ପ୍ରାୟ ସବୁଆଡ଼େ ଶୁଣିବା ପାଇଁ ମିଳୁଛି । କିନ୍ତୁ ଆମେରିକାରୁ ଯେଉଁ ଲୁଟ୍ ଘଟଣା ସାମ୍ନାକୁ ଆସିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ଜଣେ ଲୁଟେରା ଜଣକ ବିଲକୁଲ ନିଆରା ଉପାୟରେ ଲୁଟି କରିଛନ୍ତି । ଏପରି ଘଟଣା ନା କେବେ ଆପଣ ଶୁଣିଥିବେ ନାଁ ଦେଖିଥିବେ, ଏହା ବିଲକୁଲ ନୂଆ ।

ଆମରିକାର ହେଣ୍ଡରସେନରେ ଜଣେ ଲୁଟେରା କୋକାକୋଲା ପରି ପୋଷାକ ପରିଧାନ କରି ରେଷ୍ଟୁରାଂଟ ଲୁଟି ନେଇଛନ୍ତି । ଆମରିକାର ଏକ ପାଷ୍ଟଫୁଡ଼୍ ରେଷ୍ଟୁରାଂଟରେ ଏପରି ଅଭାବନୀୟ ଘଟଣା ଘଟିଛି । ଲୁଟେରା ଜଣଖ ପାଖାପାଖି ସକାଳ ୭ଟାରେ କୋକାକୋଲା ପରି ପୋଷାକ ପିନ୍ଧି ଜଣେ ବ୍ୟକ୍ତି ରେଷ୍ଟୁରାଂଟକୁ ପହଞ୍ଚି ଯାଇଥିଲେ । ସେତେବେଳେ ଲୁଟେରା ହାତରେ ଏକ ବନ୍ଧୁକ ମଧ୍ୟ ଥିଲା । ଏବଂ ବନ୍ଦୁକ ସାହାଯ୍ୟରେ ହିଁ ସେ ଲୁଟ କରିଥିଲେ ।

ସ୍ଥାନୀୟ ପୁଲିସ ଏବେ ଉକ୍ତ ଲୁଟେରାକୁ ଖୋଜୁଛି । ବିଲକୁୁଲ ଏକ ନିଆରା ଅନ୍ଦାଜରେ ଚୋରୀ ହୋଇଥିବାରୁ ଏହା ପୁଲିସ ଆଗରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୁଲିସର କହିବା ଅନୁସାରେ ରେଷ୍ଟୁରାଂଟ ବନ୍ଦ ଥିବା ବେଳେ ଲୁଟେରା ଜଣକ ପହଞ୍ଚିଥିଲେ ଏବଂ ସେହି ସମୟରେ କେବଳ ମ୍ୟାନଜର ଉପସ୍ଥିତ ଥିଲେ । ତେବେ ବନ୍ଧୁୁକ ମୁନରେ ଲୁଟେରା ଜଣକ ମ୍ୟାନଜର ଠାରୁ ୫୦୦ ଡଲାର ଲୁଟି ନେଇଥିଲେ । ପୁଲିସ ବିଭାଗ ଏବେ ଚୋରକୁ ଖୋଜିବା ପାଇଁ ସିସିଟିଭି ଫୁଟେଜକୁ ଭାଇରାଲ କରିଛି । ତେବେ ଏହି ଘଟଣାରେ ମ୍ୟାନେଜରର କୌଣସି କ୍ଷତି କରିନି ଲୁଟେରା । । ପୁଲିସ ଚୋରକୁ ଧରବା ପାଇଁ ଏବେ ଛାନଭିନ ଜାରି ରଖିଛି ।