ଟଙ୍କା ନେଇ ଯାଉଥିବା ଯୁବକଙ୍କ ହାତରୁ ଛଡ଼ାଇନେବାର ଉଦ୍ୟମ କଲେ ଲୁଟେରା, ତା’ ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ

1,271

ବିହାରର ହାଜିପୁରରେ କିଛି ଲୁଟେରା ଜଣେ ଯୁବକଙ୍କ ହାତରୁ ଟଙ୍କା ଭରିଥିବା ବ୍ୟାଗ୍ ଛଡ଼ାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଯୁବକ କିଭଳି ବ୍ୟାଗ୍ ନ ଛାଡ଼ି ରାସ୍ତାରେ ଘୋଷାଡ଼ି ହୋଇ ଯାଉଛନ୍ତି, ତାହା ଦେଖିବାକୁ ମିଳିଛି। ପୁଲିସ ସିସିଟିଭି ଭିଡିଓ ଆଧାରରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପୀଡ଼ିତ ବ୍ୟାଙ୍କରୁ ଋଣ ନେଇ ଯାଉଥିବା ବେଳେ ଦୁଇଜଣ ବାଇକ୍ ଲୁଟେରା ଆସି ତାଙ୍କ ହାତରୁ ବ୍ୟାଗ୍ ଟାଣି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବ୍ୟାଗଟି ପୀଡ଼ିତଙ୍କ ହାତରେ ଛନ୍ଦି ହୋଇଯିବା ସହ ସେ ତଳେ ପଡ଼ି ଯାଇଥିଲେ । ପୀଡ଼ିତଙ୍କୁ ତଳେ ପଡ଼ିଯିବା ଦେଖି ମଧ୍ୟ ଦୁଇ ଲୁଟେରା ବ୍ୟାଗ୍ ଛାଡ଼ି ନ ଥିଲେ । କିଛି ବାଟ ପୀଡ଼ିତ ଘୋଷାଡ଼ି ହୋଇଯିବା ପରେ ବ୍ୟାଗଟି ଆପେ ଆପେ ପୀଡ଼ିତଙ୍କ ହାତରୁ ଖସି ଯାଇଥିଲା ।