ମାଛ ଧରୁଥିବାବେଳେ କୋଷ୍ଟଗାର୍ଡ ଗୁଳିମାଡରେ ଟଳି ପଡିଲେ ମତ୍ସ୍ୟଜୀବୀ ! ବାଲେଶ୍ୱର ଜମ୍ବୁ ମେରାଇନ୍ ଥାନା ଅଂଚଳରେ ଅଘଟଣ

97

କନକ ବ୍ୟୁରୋ : ସମୂଦ୍ରରେ ମାଛ ଧରୁଥିବା ବେଳେ କୋଷ୍ଟଗାର୍ଡ ଗୁଳିମାଡରେ ଟଳିପଡିଲେ ମତ୍ସଜୀବୀ । ବାଲେଶ୍ୱର ଜମ୍ବୁ ମେରାଇନ ଥାନା ଅଂଚଳରେ ଏହି ଅଘଟଣ ଘଟିଛି । ଗତ ୧୦ ଦିନ ହେବ ମାଛ ଧରିବାକୁ ବୋଟରେ ୯ ଜଣ ଗଭୀର ସମୂଦ୍ର ମଧ୍ୟକୁ ଯାଇଥିଲେ । ହେଲେ ଗତକାଲି ରାତି ୧୧ଟା ସମୟରେ ହଠାତ ଗୁଳିମାଡ ହୋଇଥିଲା । ଏଥିରେ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଏବଂ ଅନ୍ୟ ୭ ଜଣଙ୍କୁ ଜମ୍ବୁ ରେଂଜରେ ଆଣି ରଖାଯାଇଥିବା ସୂଚନା ରହିଛି । ବୋଟକୁ ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ୯ ଜଣ ମତ୍ସଜୀବୀ ଏକ ବୋଟ୍ ନେଇ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନେ ମାଛ ମାରୁଥିବା ବେଳେ ଏହି ବୋଟ ଉପରକୁ କୋଷ୍ଟଗାର୍ଡ଼ ପକ୍ଷରୁ ଅତର୍କିତ ଗୁଳିମାଡ଼ କରାଯିବାରୁ ଜଣେ ଗୁଳିର ଶିକାର ହୋଇଥିଲେ। ଏହି ଗୁଳିମାଡ଼ରେ ମତ୍ସଜୀବୀଙ୍କର ମୃତ୍ୟୁ ହୋଇଛି ।