ସିଗାରେଟ ଦେଲା ମୃତ୍ୟୁ ! ଜଳିଗଲେ ଯୁବକ, ଆପଣଙ୍କ ପାଇଁ ମଧ୍ୟ ଘାତକ ହୋଇପାରେ ସିଗାରେଟ ।

138

ସିଗାରେଟ ଟାଣିବା ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏପରିକି ଏହି ଅଭ୍ୟାସ ଦ୍ୱାରା ଲିଭର ଖରାପ ହୋଇ ଅନେକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ତେବେ ସିଗାରେଟ ଟାଣିବା ଦ୍ୱାରା ଏମିତି ବି ମୃତ୍ୟୁ ହୋଇଥାଏ ଯାହା କେବେ କେହି ଭାବିନଥାନ୍ତି । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ଦେଖିବାକୁ ମିଳିଛି ।

ଜଣେ ଯୁବକଙ୍କ ମୃତ୍ୟୁ ତାଙ୍କ ଦେହର ନିଆଁ ଲାଗିଯିବା କାରଣରୁ ହୋଇଛି । ତେବେ ସୂଚନା ଅନୁଯାୟୀ, ଯୁବକ ଜଣକ ହାତରେ ପେଟ୍ରୋଲ ଧରିଥିବା ଅବସ୍ଥାରେ ସିଗାରେଟରେ ନିଆଁ ଲଗାଇଥିଲେ । ସିଗାରେଟରେ ନିଆଁ ଲାଗିବାରୁ ହଠାତ ଏହା ପେଟ୍ରୋଲକୁ ଧରିଥିଲା । ଏବଂ ଯୁବକ ଜଣଙ୍କ ଗୁରୁତର ଭାବେ ପୋଡି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣାଟି ଭୋପାଳର ଛୋଲା ମନ୍ଦିର ଅଞ୍ଚଳର ଅଟେ । ଏଠାରେ ମୁଖାର୍ଜୀ ନଗରରେ ବାସ କରୁଥିବା ୨୫ ବର୍ଷୀୟ କଲ୍ଲୁ କୁଶବାହ କୌଣସି ଏକ କାମରେ ଭୋପାଳ ଆସିଥିଲେ । ତେବେ ବାଟରେ କଲ୍ୟାଣ ନଗର ଠାରେ ତାଙ୍କ ବାଇକର ପେଟ୍ରୋଲ ସରିଯାଇଥିଲା ।

ତେବେ ସେଠାରେ ବାଇକକୁ ରଖି ସେ ପେଟ୍ରୋଲ ଆଣିବାକୁ ଯାଇଥିଲେ । ତେବେ ପେଟ୍ରୋଲ ନେଇ ଫେରିବା ବାଟରେ ସେ ହାତରେ ପେଟ୍ରୋଲ ବୋତଲ ଧରିଥିବା ଅବସ୍ଥାରେ ସିଗାରେଟ ଲଗାଇଥିଲେ । ଏବଂ ଏହା ପରେ ହଠାତ ପ୍ରେଟ୍ରୋଲରେ ନିଆଁ ଲାଗିଯିବାରୁ ସେ ଗୁରୁତର ଭାବେ ପୋଡି ହୋଇଯାଇଥିଲେ । ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ହସ୍ପିଟାଲରୁ ପୋଲିସ ସୂଚନା ପାଇଥିଲା । ଏହା ପରେ ପୋଲିସ ମୃତ ଦେହର ପୋଷ୍ଟମର୍ଟମ କରିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା ।