କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାରି ଆତ୍ମହତ୍ୟା କରିଛି ସ୍ୱାମୀ । ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗାଁର ବୁଦ୍ଧିରାମ ମାଝୀ ତା ସ୍ତ୍ରୀ ତୁଳସୀଙ୍କୁ ଶଙ୍ଖରେ ବାଡେଇ ହତ୍ୟା କରିଥିଲା । ଏହା ପରେ ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମାଝି ସାହି ଗ୍ରାମର ବୁଦ୍ଧିରାମ ମାଝୀ (୩୨ ବର୍ଷ) ଓ ତୁଳସୀ ମାଝୀ (୨୮ ବର୍ଷ)ଙ୍କର ଗତ ୬ ବର୍ଷ ତଳେ ବିବାହ ହୋଇଥିଲା । ସେମାନଙ୍କର ଏକ ୫ ବର୍ଷର ଝିଅ ଅଛି । ବିଭିନ୍ନ କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ । ଗତକାଲି ରାତି ପ୍ରାୟ ୮ଟା ବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ବୁଦ୍ଧିରାମ ଏକ ବାଡ଼ିରେ ପତ୍ନୀ ଙ୍କୁ ଶଙ୍ଖରେ ନିର୍ଦ୍ଧୁମ ପିଟିଥିଲେ । ଏପରିକି ବୁଦ୍ଧିରାମଙ୍କ ମାଡ଼ରେ ତୁଳସୀ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯିବା ପରେ ତାଙ୍କ ଚିନ୍ତା ପଶିଥିଲା। ପତ୍ନୀ ବଞ୍ଚିଥିବେ ଭାବି ବୁଦ୍ଧିରାମ ତାଙ୍କୁ ଆଣି ପାଣି ବୋତଲ ଦେଇଥିଲେ। ମାତ୍ର ସେତେବେଳକୁ ତୁଳସୀ ଙ୍କର ମୃତ୍ୟୁ ଘଟି ସାରିଥିଲା। ତୁଳସୀ ମରିଯିବା ପରେ ଅତ୍ୟଧିକ ଭୟଭିତ ହୋଇଯାଇଥିବା ବୁଦ୍ଧିରାମ ଏ ସମ୍ପର୍କରେ ନିଜ ଶାଶୁଙ୍କ ସହିତ ଫୋନରେ କଥା ହୋଇ ସେ ପିଟିପିଟଠି ତୁଳସୀଙ୍କୁ ମାରିଦେଇଥିବା କଥା ସ୍ୱୀକାର କରିଥିଲେ ।