ଟାୱାର ଉପରେ ଚଢି ଏଭଳି ସର୍ତ୍ତ ରଖିଲା ପାକିସ୍ତାନୀ ଯୁବକ ! ତଳକୁ ଓହ୍ଲାଇବା ପାଇଁ ପୋଲିସକୁ କରିବାକୁ ପଡିଲା ଲମ୍ବା କସରତ । ଦେଖନ୍ତୁ ଭିଡିଓ

267

ସୋସିଆଲ୍ ମିଡିଆରେ ପ୍ରତିଦିନ ପାକିସ୍ତାନବାସୀଙ୍କ କିଛି ନା କିଛି ଅଜବ କାରନାମାର ଭିଡିଓ ଭାଇରାଲ୍ ହୋଇଥାଏ । ଏମିତି ଏବେ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ ହେଉଛି ଯାହାକୁ ଦେଖି ଲୋକ ପାକିସ୍ତାନବାସୀଙ୍କ ନିର୍ବୋଦ୍ଧତାକୁ ଦେଖି ପରିହାସ କରୁଛନ୍ତି । ଏହି ଘଟଣାଟି ପାକିସ୍ତାନ ଇସଲାମାବାଦର ବ୍ଲୁଚ୍ ରେ ଘଟିଛି ।

କେହି କିଛି ବୁଝିବା ପୂର୍ବରୁ ହଠାତ୍ ଜଣେ ବ୍ୟକ୍ତି ହାତରେ ପାକିସ୍ତାନ ପତାକା ଧରି ଗୋଟିଏ ମୋବାଇଲ୍ ଟାୱାର ଉପରେ ଚଢିଗଲେ । ଆଉ ସବୁଠାରୁ ଚକିତ କଲା ଭଳି କଥା ହେଉଛି ତଳକୁ ଆସିବା ପାଇଁ ସେ ଯେଉଁ ସର୍ତ୍ତ ରଖିଲେ । ବ୍ୟକ୍ତିଜଣକ କହିବାନୁସାରେ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କଲେ ହିଁ ସେ ତଳକୁ ଓହ୍ଲାଇବେ । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବ୍ୟକ୍ତିଜଣକ ସରଗୋଧା ସହରର ବାସିନ୍ଦା । ବ୍ୟକ୍ତିଜଣକ କହିବା ଅନୁସାରେ ତାକୁ ଯଦି ଦେଶର ପ୍ରଧାନମନ୍ତ୍ରୀ ଭାର ଗ୍ରହଣ କରିବାକୁ ସୁଯୋଗ ଦିଆଯାଏ ତେବେ ସେ ପାକିସ୍ତାନର ଆର୍ଥିକ ଅବସ୍ଥାରେ ସୁଧାର ଆଣିବ । ସେ ମାତ୍ର ୬ ମାସ ମଧ୍ୟରେ ଦେଶର ଋଣ ଶୁଝିଦେବ । ପୋଲିସ୍ ର ବହୁତ ବୁଝାଇବା ପରେ ବ୍ୟକ୍ତିକୁ ପ୍ରଧାନମନ୍ତ୍ରୀ ବନାଇବାକୁ ପ୍ରତିଶ୍ରୁତି ଦେବାରୁ ସେ ତଳକୁ ଓହ୍ଲାଇଥିଲେ ।