ବସ୍ ଚୋରକୁ କାବୁ କଲା ପୁଲିସ୍ ! ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ବସ୍ ଚୋରି କରି ଚମ୍ପଟ ମାରିବା ବେଳେ ଟୋଲ ଗେଟରେ ଧରାପଡିଲା ଚୋର, ପଦାକୁ ଆସିଲା କାରନାମା

42

କନକ ବ୍ୟୁରୋ: ବାଇକ୍ ଚୋରି କିମ୍ବା କାର ଚୋରି ହେଉଥିବାର ଖବର ଆପଣମାନେ ଶୁଣିଥିବେ । କିନ୍ତୁ ଆପଣମାନଙ୍କୁ ଏଭଳି ଏକ ଖବର ଦେଖାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଘଟଣା । ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ହୋଇଛି ବସ୍ ଚୋରି ।

ଦୁବୃର୍ତ୍ତ ଜଣକ ଡୁପ୍ଲିକେଟ୍ ଚାବିରେ ଝାଡେଶ୍ୱର ନାମକ ବସକୁ୍ ନେଇ ଚମ୍ପଟ ମାରିଥିଲା । ହେଲେ ବସ ଧରି ଭଦ୍ରକ ଫେରାର ହେବା ବାଟରେ ଶେରଗଡ ଟୋଲ ଗେଟରେ ଚାଲାଣ ଟଙ୍କାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ଫଳରେ ଗେଟରେ ଥିବା କର୍ମଚାରୀଙ୍କର ସନ୍ଦେହ ବଢ଼ିଥିଲା । ଏନେଇ ଶେରଗଡ ଥାନାକୁ ଖବର ଦେବାରୁ ପୋଲିସ ପହଁଚି ଚୋରକୁ ଧରିବା ସହ ଅଟକ ରଖି ପଚରା ଉଚରା କରୁଛି । ଆପଣମାନେ ଦେଖୁଥିବା ଏହି ଯୁବକ ଜଣକ ହେଉଛନ୍ତି ଧୃତ । ଯିଏକି ଅତି ଚତୁରତାର ସହିତ ବସଷ୍ଟାଣ୍ଡରୁ ଲୁଟ୍ କରିଥିଲା ବସ୍ ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ବାଲେଶ୍ୱର ବସଷ୍ଟାଣ୍ଡରେ । ଓଡ଼ି୦୧ ଏସ ୯୬୯୧ ନମ୍ବର ବିଶିଷ୍ଟ ‘ ଝାଡେଶ୍ୱରକ୍ଷ ନାମକ ଘରୋଇ ବସଟି ରଖାଯାଇଥିଲା। ବିଳମ୍ବିତ ରାତିରେ ବସର ଚାବି ଖୋଲି ଜଣେ ଯୁବକ ଏହାକୁ ନେଇ ସୋର ଆଡକୁ ପଳାଇ ଯାଉଥିଲେ। ତେବେ ଖନ୍ତାପଡ଼ା ନିକଟରେ ଥିବା ଟୋଲ ପ୍ଲାଜାରେ ଫି ଦେଇ ନ ପାରିବାରୁ ଓ ବସ୍ରେ କୌଣସି ଯାତ୍ରୀ ନ ଥିବାରୁ ସନ୍ଦେହରେ ଟୋଲ ପ୍ଲାଜା କର୍ମଚାରୀମାନେ ଖନ୍ତାପଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବାରୁ ଯୁବକ ଜଣକ ବସଟିକୁ ଚୋରି କରି ନେଇ ପଳାଇ ଯାଉଥିବା ଜଣାପଡ଼ିଥିଲା। ତେଣୁ ଥାନାକୁ ଆଣି ପଚରାଉଚରା କରିବାରୁ ଯୁବକ ଜଣକ ନିଜ ନାମ ଗୌରାଙ୍ଗ ସାହୁ(୨୦ବର୍ଷ) ଓ ଘର ଜଗତସିଂହପୁର ଜିଲ୍ଲା ମୁଳିସାଙ୍ଗ ଗ୍ରାମରେ ବୋଲି ସୂଚନା ଦେଇଥିଲା। ତେବେ ଗୌରାଙ୍ଗ ପାଟିରେ କିଛି କହୁ ନ ଥିବାରୁ ସେ ଜଣେ ଦିବ୍ୟାଙ୍ଗ ହୋଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଅପରପକ୍ଷେ ପୁଲିସ ପଚରାଉଚରାରୁ ବର୍ତ୍ତିବା ପାଇଁ ସେ କଥା କହି ପାରୁ ନ ଥିବାର ନାଟକ କରୁଥିବା ମଧ୍ୟ ଆଶଙ୍କା କରାଯାଉଛି।