ପୁରୀ ବଡଦାଣ୍ଡରେ ଟ୍ରଲିରେ ଝିଅର ଶବ ବୋହିବା ଘଟଣା ! ସିଡିଏମଓଙ୍କୁ ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

22

କନକ ବ୍ୟୁରୋ: ରଥଯାତ୍ରା ଗହଳି ବେଳେ ପୁରୀ ବଡଦାଣ୍ଡରେ ଟ୍ରଲିରେ ଶବ ବୁହା ଘଟଣାର ହେବ ତଦନ୍ତ । ଘଟଣାର ତଦନ୍ତ କରି ୭ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ରିପୋର୍ଟ ଆସିବା ପରେ କେଉଁଠି ଭୁଲ ରହିଲା ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଗତକାଲି ବଡଦାଣ୍ଡରେ ଦେଖିବାକୁ ମିଳଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜ ଝିଅର ଶବକୁ ଟ୍ରଲିରେ ବୋହି ବାପା ଡାକ୍ତରଖାନାରୁ ବଡଦାଣ୍ଡ ବାଟେ ସ୍ୱର୍ଗଦ୍ୱାର ନେଇଥିଲା । ଶ୍ରୀ ଜଗନ୍ନାଥ ବଲ୍ଲଭରୁ ସ୍ୱଗଦ୍ୱାର ପର୍ଯ୍ୟନ୍ତ ପାଖାପାଖି ୪ କିଲୋମିଟର ରାସ୍ତା ଟ୍ରଲିରେ ଶବ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନିଆଯାଇଥିଲା । ମୃତ ଯୁବତୀ ହେଉଛନ୍ତି ଜଗନ୍ନାଥ ବଲ୍ଲଭ ଅଂଚଳର ଧନୀ ସାହୁଙ୍କ ଝିଅ କବି ସାହୁ । ତେବେ ମୃତ୍ୟୁ ପରେ ତାଙ୍କୁ କେହି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନେବାକୁ ନମିଳିବାରୁ ଟ୍ରଲି ଯୋଗେ ନେଇଥିବା ଧନୀ ସାହୁ କହିଛନ୍ତି ।