ଦାନମାଝୀ ଘଟଣାର ପୁନରାବୃତି : ଆମ୍ବଲାନ୍ସ ନ’ମିଳିବାରୁ ମା ଶବକୁ କାନ୍ଧରେ ବୋହିଲା ପୁଅ

22

କନକ ବ୍ୟୁରୋ : ଦାନମାଝୀ ଘଟଣାର ପୁନରାବୃତି ଘଟିଛି । ଯାଜପୁର ଜିଲ୍ଳା ରସୁଲପୁର ବ୍ଳକ ବଂଟରା ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ ମା’ର ଶବକୁ ନେବାକୁ ଆମ୍ବୁଲାନ୍ସ ନ’ମିଳିବାରୁ କାନ୍ଧରେ ଶବକୁ ବୋହି ବୋହି ନେଲା ପୁଅ ।

ଏହି ଦୃଶ୍ୟ ବୟାନ କରୁଛି, କିଭଳି ଫେଲ ମାରିଛି ସରକାରଙ୍କ ଯୋଜନା । ବଂଟରା ଗାଁର ମାଇନ ମୁଣ୍ଡାଙ୍କୁ ଜର ହେବା ଯୋଗୁଁ ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ପରେ ତାଙ୍କ ମୃତଦେହକୁ, ଘରକୁ ଆଣିବାକୁ ପରିବାର ଲୋକ ଆମ୍ବୁଲାନ୍ସ ପାଇଁ କହିଥିଲେ । କିନ୍ତୁ ଡାକ୍ତରଖାନା କର୍ତୃପକ୍ଷ ଆମ୍ବୁଲାନ୍ସ ଦେବା ଫଳରେ ତାଙ୍କୁ ପୁଲିସର ଧମକ ଦେଇଥିବା ଅଭିଯୋଗ ହୋଇଛି । ଶେଷରେ ନିରାଣ ହୋଇ ମା’ର ଶବକୁ କାନ୍ଧରେ ବୋହି ବୋହି ଘରକୁ ଆଣିଥିଲା ପୁଅ ।

ଯାଜପୁର ସିଡିଏମଓ, ରସୁଲପୁର ବିଡିଓ, କୁଆଖିଆ ତହସିଲଦାର, ପୁଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହା ପାଇଁ ସରକାରଙ୍କ ଯୋଜନା? ଉପାନ୍ତ ଇଲାକାରେ କିପରି କାର୍ଯ୍ୟ କରୁଛି ୧୦୮ ଓ ୧୦୨ ଆମ୍ବୁଲାନ୍ସ? ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :