କେନ୍ଦୁଝର ବରଯାତ୍ରୀ ବସରେ ଲାଗିଲା ନିଆଁ, ଜଳିଗଲେ ଯୁବକ । ବସରେ ଶୋଇଥିବାବେଳେ ଯୁବକ ଜୀବନ୍ତ ଦଗ୍ଧ

231

କନକ ବ୍ୟୁରୋ : ବରଯାତ୍ରୀ ବସ ସହ ଜଳିଗଲେ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଂଚଳର ସାନ୍ତରାପୁର ଗାଁରେ । ବରଯାତ୍ରୀ ବସ ଜଳି ଯାଇଥିବା ବେଳେ ଜୀବନ୍ତ ଦଗ୍ଧ ହୋଇଛନ୍ତି ଜଣେ ଯୁବକ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇଁ ଘଟଣାସ୍ଥଳରେ ଘଟଗାଁ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଗତକାଲି ସାନ୍ତରାପୁର ଗାଁରୁ ବରଯାତ୍ରୀ ନେଇ କନ୍ୟା ଘରୁ ଫେରିବା ପରେ ବରଘର ନିକଟରେ ବସଟି ଛିଡା ହୋଇଥିଲା । ଆଉ ସେହି ବସରେ ଜଣେ ଯୁବକ ଶୋଇପଡିଥିଲେ । ତେବେ କୌଣସି କାରଣରୁ ରାତି ୨ଟା ପରେ ବସରେ ନିଆଁ ଲାଗି ବସଟି ସଂପୂର୍ଣ୍ଣ ଜଳିଯାଇଥିଲା । ଆଉ ଅଗ୍ନିକାଣ୍ଡରେ ଯୁବକଙ୍କ ମୃତ୍ୟୁ ହୋଇଛି ।