ବିଏମଡବ୍ଲୁରେ ସମାଧି ! ପୁଅ ଜୀବିତ ଅବସ୍ଥାରେ ପିତାଙ୍କୁ ବିଏମଡବ୍ଲୁରେ ବସାଇ ପାରିନଥିଲେ ତେଣୁ ମୃତ୍ୟୁ ପରେ ଉଠାଇଲେ ଏଭଳି ପଦକ୍ଷେପ । 

51

ସନ୍ତାନଙ୍କ ପାଇଁ ବାପା ମା’ ହେଉଛନ୍ତି ଚଳନ୍ତା ଠାକୁର । କିନ୍ତୁ କିଛି ମନ୍ଦବୁଦ୍ଧି ସନ୍ତାନ ନିଜ ପିତାମାତାଙ୍କ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କୁ ମାନସିକ ସହ ଶାରୀରିକ କଷ୍ଟ ମଧ୍ୟ ଦେଇଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ପିତାମାତାଙ୍କ ପାଇଁ ବଡରୁ ବଡ ତ୍ୟାଗ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ । ଏଭଳି ଉଦାହରଣ ଆପଣ ଖୁବ୍ କମ୍ ଦେଖିଥିବେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ କାର୍ଯ୍ୟ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ନାଇଜେରିଆରେ ରହୁଥିବା ଅଜୁବୁଇକ୍ ନାମକ ଏହି ବ୍ୟକ୍ତିଜଣଙ୍କ ପିତାଙ୍କୁ ବିଏମଡବ୍ଲୁ କାର୍ ବହୁତ ପସନ୍ଦ ଥିଲା । ପିତାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ପୁଅ ଯେତେବେଳେ ବିଏମଡବ୍ଲୁ କାର୍ କିଣିଲେ ହଠାତ୍ ସେତେବେଳେ ପିତାଙ୍କ ମୃତ୍ୟୁ ହୋଇଗଲା । ଏହି ଘଟଣାରେ ଅଜୁବୁଇକ୍ ଏତେ ମର୍ମାହାତ ହେଲେ ଯେ ନୂଆ କିଣିଥିବା ବ୍ରାଣ୍ଡ୍ ବିଏମଡବ୍ଲୁ କାରରେ ପିତାଙ୍କୁ ସମାଧି ଦେଇଥିଲେ । ତେବେ ଏହାର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କିଛି ୟୁଜର୍ସ ଏହାକୁ ବୋକାମୀ କହିଥିଲେ ତ ଆଉ କିଏ ଏହାକୁ ଦେଖେଇହେବା ଭଳି କମେଣ୍ଟ କରିଥିଲେ । ତେବେ ଏଭଳି ଘଟଣା କେବଳ ନାଇଜେରିଆରେ ନୁହଁ ଚୀନରେ ମଧ୍ୟ ପୂର୍ବରୁ ଘଟି ସାରିଛି । ଚୀନର ଏନଗୁ ନାମକ ଜଣେ ବ୍ୟକ୍ତିଙ୍କ ମା’ଙ୍କ ଦେହାନ୍ତରେ ସେ ନିଜ ବ୍ରାଣ୍ଟ୍ ନିଉ ହମରରେ ସମାଧି ଦେଇଥିଲେ ।