ନିଦରେ ଶୋଇଥିବା ସମୟରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ! ପରେ ହତ୍ୟାକାରୀ କାନ୍ଥରେ ଲେଖିଲା ହତ୍ୟାର କାରଣ

ନିଦରେ ଶୋଇଥିବା ସମୟରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

488

କନକ ବ୍ୟୁରୋ : ଖୋର୍ଦ୍ଧା ଟାଉନ୍ ଥାନା ବାଘମାରି ଫାଣ୍ଡି ଅନ୍ତର୍ଗତ ସିମୋର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସମ୍ପର୍କୀୟ ଭାଇଙ୍କୁ ମଦ ପିଇବାକୁ ବାରଣ କରିବା ଖୁବ୍ ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କୁ। ଏପରିକି ଏଥିପାଇଁ ଯୁବକଙ୍କୁ ତାଙ୍କ ଜୀବନ ଦେବାକୁ ପଡ଼ିଛି। ଘର ଭିତରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ଯୁବକଙ୍କୁ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଟାଉନ୍ ଥାନା ସିମୋର ଗ୍ରାମର ଗୋପାଳ ପାତ୍ରଙ୍କ ପୁଅ ସତ୍ୟବ୍ରତ ପାତ୍ର(୨୫ ବର୍ଷ) ଘର ଭିତରେ ଖାଇ ପିଇ ଶୋଇଥିଲେ। ତେବେ ଆଜି ସକାଳୁ ସତ୍ୟବ୍ରତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘର ଭତରେ ପଡ଼ିଥିବା ପରିବାର ଲୋକେ ଦେଖି କନ୍ଦା କଟା କରିବାରୁ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସତ୍ୟବ୍ରତଙ୍କୁ ଟାଙ୍ଗିଆର ହାଣି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଗାଁ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।