ଚରିତ୍ର ପଛର ଚେହରା ! ଜାଣନ୍ତୁ ‘କୋଇ ମିଲ୍ ଗୟା’ ଯାଦୁରେ କିଏ କରିଥିଲେ ଅଭିନୟ

72

ଛୋଟ ପିଲା ମାନଙ୍କ ପାଇଁ ଅନେକ ସିନେମା ନିର୍ମାଣ ହୋଇଛି । କିନ୍ତୁ ୨୦୦୩ ରେ ଆସିଥିବା ‘କୋଇ ମିଲ୍ ଗୟା’ ପରି ସିନେମା ଆଜି ଯାଏଁ ହୋଇପାରି ନାହିଁ । ତେବେ ଏହି ସୁପରହିଟ୍ ସିନେମାରେ ସବୁଠାରୁ ଅଧିକ ଚିତ୍ତାକର୍ଷକ ଥିଲା ଅଲଗା ଦୁନିଆରୁ ଆସିଥିବା ଏଲିୟନ୍ ‘ଯାଦୁ’ । ସିନେମା ଠାରୁ ବେଶି ଚର୍ଚ୍ଚିତ ଥିଲା ଏହି ‘ଯାଦୁ’ । ହେଲେ କଣ ଆପଣ ଜାଣନ୍ତି ଏହି ‘ଯାଦୁ’ର ଅସଲ କାହାଣୀ । ଅର୍ଥାତ୍ ଏହି ଏଲିୟନ୍ ପଛର ଅସଲ ଚେହେରା ।
Indravadan-J-Purohit-in-koi-mill-gaya‘କୋଇ ମିଲ୍ ଗୟା’ରେ ଯାଦୁ ଅର୍ଥାତ୍ ଏହି ଏଲିୟନର ଭୂମିକାରେ ଅଭିନୟ କରିଥିବା କଳାକାର ଜଣକ ହେଉଛନ୍ତି ଇନ୍ଦବଦନ ଜେ ପୁରୋହିତ । ଇନ୍ଦବଦନ ଅନେକ ଧାରାବାହିକରେ କାମ କରି ସାରିଛନ୍ତି । ‘ବାଲ ବୀର’ରେ ସେ ଡୁବା ଡୁବା ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ତେବେ ବର୍ତ୍ତମାନ ଇନ୍ଦବଦନ ସତସତିକା ଏ ଦୁନିଆ ଛାଡି ଅଲଗା ଦୁନିଆକୁ ଚାଲିଯାଇଛନ୍ତି । ଅର୍ଥାତ୍ ୨୦୧୪ ସେପ୍ଟେମ୍ବର ୨୮ରେ ମୃତ୍ୟୁବରଣ କରି ସାରିଛନ୍ତି ଇନ୍ଦବଦନ ।

ଜାଣି ଆଶ୍ଚର୍ଯ୍ୟ ହେବେ ‘ଯାଦୁ’ ର ଏହି କଷ୍ଟ୍ୟୁମ୍ ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ପାୟ ୧ ବର୍ଷ ଲାଗିଥିଲା ଏହି କଷ୍ଟ୍ୟୁମକୁ ତିଆରି କରିବାକୁ । ତେବେ ଏହାକୁ ଭାରତରେ ନୁହେଁ ବରଂ ଅଷ୍ଟ୍ରେଲିଆରେ ତିଆରି କରାଯାଇଥିଲା ।