ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା ! ଦାଦାଙ୍କ ତିର ମାଡରେ ପୁତୁରା ଗୁରୁତର

49

କନକ ବ୍ୟୁରୋ : ଦାଦାଙ୍କ ତିର ମାଡରେ ପୁତୁରା ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜମି ଜମା ଗଣ୍ଡଗୋଳକୁ କେନ୍ଦ୍ର କରି ମାଲକାନଗିରି ଥାନା ଅନ୍ତର୍ଗତ ତେନ୍ତୁଳିଗୁଡା ଗାଁ ର ମୁକା ମାଡକାମିଙ୍କୁ ଦୁଇଟି ତିର ମାରି ଥିଲେ ତାଙ୍କ ଦାଦା ଏରା ମାଡକାମି ।

ଗୁରୁତର ଅବସ୍ଥାରେ ମୁକାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇ ଥିବା ବେଳେ ଏବେ ବି ମୁକାଙ୍କ ଦେହରେ ଗୋଟିଏ ତିର ଲାଗି ରହିଛି । ମୁକାଙ୍କ ଅବସ୍ଥା ସଙ୍କଟାପନ୍ନ ରହି ଥିବା ବେଳେ ଅସ୍ତ୍ରେପୋଚାର ପରେ ସ୍ଥିତି ଜଣା ପଡିବ ବୋଲି କହିଛନ୍ତି ଡାକ୍ତର । ତେବେ ଅଭିଯୁକ୍ତ ଦାଦା ଫେରାର ଥିବା ଜଣା ପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-