କଟକରେ ଜଣେ ଯୁବକଙ୍କ ନାରକୀୟ କାଣ୍ଡ ! ବ୍ଲେଡରେ କାଟିଲେ ଯୁବତୀଙ୍କ ତଣ୍ଟି, ନିସ୍ତୁକ ଛେଚିଲେ ସ୍ଥାନୀୟ ଲୋକେ ।

366

କନକ ବ୍ୟୁରୋ : କଟକରେ ଜଣେ ଯୁବତୀଙ୍କ ତଂଟି କାଟି ଦେଇଛନ୍ତି ଯୁବକ ।  ବଜ୍ରକବାଟିର ରୋଡର ଏକ ସପିଂ ମଲରେ ଏହି ଘଟଣା ଘଟିଛି । ତେବେ ଘଟଣାର କାରଣ ଏ ଯାଏଁ ଜଣାପଡିନାହିଁ । ଏହା ପରେ ତଂଟି କାଟିଥିବା ଯୁବକଙ୍କୁ ଧରି ମାଡ ମାରିଛନ୍ତି ଲୋକେ । ଯୁବକ କାହିଁକି ତଂଟିକାଟିଲେ ଏହା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ । ଆହତ ଯୁବତୀଙ୍କୁ  କଟକ ଏସସିବିରେ ଭର୍ତି କରାଯାଇଛି ।

ବାଦାମବାଡ଼ି ଥାନା ଅନ୍ତର୍ଗତ ବଜ୍ରକବାଟୀ ରୋଡସ୍ଥିତ ଏକ ସପିଂ ମଲରେ ଜଣେ ଯୁବକ ରବିବାର ସନ୍ଧ୍ୟାରେ ଜଣେ ଯୁବକ ନାରକୀୟ କାଣ୍ଡ କରିଥିବା ଜଣାପଡ଼ିଛି। ପୂର୍ବରୁ ଟାର୍ଗେଟ କରିଥିବା ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କ ବେକ କାଟିଛି। ଘଟଣା ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନେଇ ନିସ୍ତୁକ ମାଡମାରିଛନ୍ତି ଏବଂ ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି  । ଅନ୍ୟପକ୍ଷରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଯୁବତୀଙ୍କୁ ଆକ୍ରମଣ କରିବାର କାରଣ ଜଣା ପଡ଼ିନାହିଁ ।

Comments are closed.