ହୃଦୟ ଚୋରି ହେବାର ଅଭିଯୋଗ କଲେ ଯୁବକ ! ଅସହାୟତା ପ୍ରକାଶ କଲା ପୋଲିସ୍

343

ମହାରାଷ୍ଟ୍ର ନାଗପୁରରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଚୋରି, ଡକାୟତି, ହତ୍ୟା କିମ୍ବା ଅନ୍ୟ କୌଣସି ଅଭିଯୋଗ ପାଇଁ ପାଇଁ ନୁହେଁ ଏପରି କିଛି ଅଭିଯୋଗ କରିଛନ୍ତି, ଯେଉଁଥିଲେ ପୋଲିସ ବି ଅବାକ୍ ହୋଇଯାଇଛି । ପ୍ରକୃତକଥା ହେଲା ପୋଲିସ୍ ପାଖରେ ଯୁବକ ଅଭିଯୋଗ କରିଛି ଜଣେ ଯୁବତୀ ତାଙ୍କର ହୃଦୟ ଚୋରି କରିନେଇଛି । ଯାହାକୁ ଖୋଜିବା ପାଇଁ ସେ ପୋଲିସରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଚୋରି ହୋଇଥିବା ମନ’ ଖୋଜି ଦେବା ପାଇଁ ଜଣେ ଯୁବକ ଥାନାରେ ପହଞ୍ଚିବା ପରେ ନାଗପୁର ପୁଲିସମାନେ ଗୋଟାଏ ବିଚିତ୍ର ପରିସ୍ଥିତିରେ ପଡ଼ିଥିଲେ । ଜଣେ ଯୁବତୀ ତାଙ୍କର ହୃଦୟ ‘ଚୋରି’ କରିଛି ଏବଂ ‘ଚୋରି ହୋଇଥିବା ହୃଦୟ’କୁ ଫେରାଇ ଆଣିବାକୁ ଯୁବକଟି ଅଭିଯୋଗ କରିବାକୁ ଚାହୁଁଥିଲେ । ପୁଲିସ କର୍ମଚାରୀମାନେ ସବୁବେଳେ ଜିନିଷପତ୍ର ଚୋରି ହୋଇଥିବା ବିଷୟରେ ଅଭିଯୋଗ ପାଆନ୍ତି, କିନ୍ତୁ ଏ ଅଦ୍ଭୁତ ମାମଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା  ।  ସେ ପରିସ୍ଥିତିର ମୁକାବିଲା କରିବାକୁ ତାଙ୍କ ଉପରିସ୍ଥ କର୍ମଚାରୀଙ୍କୁ ଉପଦେଶ ମାଗିଥିଲେ ।

ତେବେ ଅନେକ ବିଚାର ବିମର୍ଷ ପରେ ନିଷ୍ପତି ନିଆଗଲା, ଏପରି ଅଭିଯୋଗ ରଖିବା ପାଇଁ ଭାରତୀୟ ଆଇନରେ କୌଣସି ଧାରା ନାହିଁ । ପରିଶେଷର ସମସ୍ୟା ସମାଧାନ ନିମନ୍ତେ ତାଙ୍କ ପାଖରେ କୌଣସି ଉପାୟ ନାହିଁ କହି ପୁଲିସ ଯୁବକଙ୍କୁ ଫେରାଇ ଦେଲେ ।