ମାଙ୍କଡ ପାଇଁ ଚାଲିଗଲା ବୃଦ୍ଧଙ୍କ ଜୀବନ ! ମାଙ୍କଡ ନା’ରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

34

ବାଗପତ ଜିଲ୍ଲାର ଟିକରି ଗାଁରେ ମାଙ୍କଡ ମାନଙ୍କର ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକେ ଘଟଣା ସମ୍ବନ୍ଧରେ ପୋଲିସକୁ ଜଣାଇଛନ୍ତି । କିନ୍ତୁ ପୋଲିସ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି କହୁଛି । ମୃତକଙ୍କ ଭାଇ କୃଷ୍ଣପାଲ ସିଂହଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ମୃତ ଧର୍ମପାଲ ସିଂହ ଯଜ୍ଞ ପାଇଁ କାଠ ଏକାଠି କରିବା ନିମନ୍ତେ ଯାଇଥିଲେ । ଏବଂ ସେଠାରେ ମାଙ୍କଡମାନେ ତାଙ୍କ ଉପରକୁ ପଥର ଫୋପାଡିଥିଲେ ।

ପଥର ଗୁଡିକ ଘର୍ମପାଲଙ୍କ ମୁଣ୍ଡ ଏବଂ ଛାତିରେ ବାଜିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଏବଂ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଧର୍ମପାଲଙ୍କ ଭାଇ କୃଷ୍ଣପାଲ କହିଛନ୍ତି ଯେ, ପରିବାର ଲୋକେ ମାଙ୍କଡ ମାନଙ୍କ ବିରୋଧରେ ଏକ ଏଫଆଇଆର ଦାଏର କରିଛନ୍ତି । କିନ୍ତୁ ପୋଲିସ ଏହାକୁ ଏକ ଦୁର୍ଘଟଣା କହିବା ସହ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ତେବେ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବେ ବୋଲି କହିଛନ୍ତି ।