ଆଜି କୋଲକାତାରେ ମମତାଙ୍କ ମେଗା ସୋ’ ! ମୋଦିଙ୍କ ବିରୋଧୀର ହେବ ମହାମେଳି ।

ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ ।

82

କନକ ବ୍ୟୁରୋ : ବିରୋଧୀ ମେଂଟକୁ ବଳ ଯୋଗାଇବ ମମତାଙ୍କ ଗଡରେ ମେଳି । ଆଜି କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମହା ଆୟୋଜନ କରୁଛନ୍ତି ମମତା ବାନାର୍ଜି । ଏହି ସମାବେଶକୁ ଚିଠି ଲେଖି ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଲେଖିଛନ୍ତି ଯେ, ମୋଦିଙ୍କ କୁଶାସନ ବିରୋଧରେ ଏକାଠି ରହିଛି ଭାରତ ।

ତେବେ ସେ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଦର୍ଶାଇ ମମତା ବାନାର୍ଜିଙ୍କ ଚିଠି ଲେଖି ଜଣାଇଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ ବଦଳରେ ମଲ୍ଲିକାର୍ଜୁନ ଖଡଗେ ଓ ମାୟାବତୀଙ୍କ ବଦଳରେ ସତୀଶ ମିଶ୍ର ଯୋଗଦେବାର ସ୍ଥିର ହୋଇଛି । ବିଜେପି ବିରୋଧୀ ମହାସମାବେଶରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ, ଏନସି ନେତା ଫାରୁକ ଅବଦୁଲ୍ଲା, ଏନସିପି ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଲାଲୁପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି ।