ବିଜେପିକୁ ଖୋଲା ଧମକ ଦେଲେ ମମତା । କହିଲେ, ତୁମ ଭାଗ୍ୟ ଭଲ ମୁଁ ଶାନ୍ତ ବସିଛି । ନଚେତ ଗୋଟିଏ ସେକେଣ୍ଡରେ ଦଖଲ କରିନେବି ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ।

1,865

କୋଲକାତାରେ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ ସମୟରେ ହିଂସା ପରେ ମମତା-ବିଜେପି କଳି ଉଗ୍ର ରୂପ ଧରିଛି । ଉଭୟ ବିଜେପି ଓ ଟିଏମସି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଗ୍ର ରୂନ ଦେଖିବାକୁ ମିଳିଛି ।

ମମତା ବିଜେପିକୁ ସିଧାସଳଖ ଧମକ ଦେବା ସହ କହିଛନ୍ତି, ତୁମ ଭାଗ୍ୟ ଭଲ ଯେ ମୁଁ ଏଠାରେ ଶାନ୍ତିରେ ବସିଛି । ନହେଲେ ମୁଁ ଗୋଟିଏ ସେକେଣ୍ଡରେ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ଉପରେ କବଜା କରିପାରିବି । ଏହାଛଡା ଅମିତ ଶାହଙ୍କୁ ଟାର୍ଗେଟ କରିବାକୁ ଯାଇ କହିଛନ୍ତି, ସେ କଣ ଭଗବାନ ଯେ, କୌଣସି ଲୋକ ତାଙ୍କ ବିପକ୍ଷରେ ପ୍ରର୍ଦଶନ କରିପାରିବେ ନାହିଁ । ଅମିତ ଶାହଙ୍କ ରୋଡ ସୋରେ ହିଂସା ପରେ ଏଭଳି ବୟାନ ଦେଇଛନ୍ତି ମମତା ।

ଏହାପୂର୍ବରୁ ଗତକାଲି କୋଲକାତାରେ ଅମିତ ଶାହ ରୋଡ ସୋ କରୁଥିବା ବେଳେ ତୃଣମୁଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏପରିକି ଅମିତ ଶାହଙ୍କ ଗାଡି ଉପରକୁ ମଧ୍ୟ ଲାଠିମାଡ କରିଥିଲେ ଆକ୍ରମଣକାରୀ । ରୋଡ ସୋ ପରେ ଶାହ କହିଥିଲେ, ମୋର ରାଲି ଚାଲିଥିବା ବେଳେ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଥିଲା । ତୃଳମୂଳ କଂଗ୍ରେସ କର୍ମୀ ରୋଡ ସୋ ସମୟରେ ଇଟା ଓ ପଥର ମାଡ କରିଥିଲେ । ଯାହା ଫଳରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଆଉ ଏହି ଘଟଣାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଉଷ୍ମ ହୋଇଛି ।