କନକ ବ୍ୟୁରୋ : ପାର୍ଲାମେଂଟରେ ବି ଆଜି ପଶ୍ଚିମବଙ୍ଗ ଝଡ ଦେଖିବାକୁ ମିଳିଛି । ସରକାରଙ୍କୁ ଆକ୍ରମଣ କରିଛନ୍ତି ବିରୋଧୀ । ଲୋକସଭା ଓ ରାଜ୍ୟସଭାରେ ଜବରଦସ୍ତ ହଙ୍ଗାମା ହୋଇଛି । ହଙ୍ଗାମା ଯୋଗୁଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭରୁ ଏହାକୁ ନେଇ ହଟ୍ଟଗୋଳ ହୋଇଥିଲା । ୧୨ଟା ପରେ ବି ବିରୋଧୀ ସରକାରଙ୍କୁ ଘେରିଥିଲେ । ମମତାଙ୍କୁ ସମର୍ଥନ କରି ବିଜେଡି ସାଂସଦ ଭର୍ତୃହରି ମହତାବ ମତ ରଖିିଥିଲେ । ଏହା ପରେ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ ସରକାରଙ୍କୁ ସମାଲୋଚନ କରିଥିଲେ ।
HM Singh on the CBI action in Saradha chit fund case in West Bengal yesterday: The action was taken after SC had ordered an investigation into Saradha chit fund case . The Police Commissioner was summoned many times but he did not appear. pic.twitter.com/pM4vXdvExN
— ANI (@ANI) February 4, 2019
ଜବାବରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୋଲକାତା ପୋଲିସ କମିଶନର ତଦନ୍ତରେ ସହାୟତା କରୁନଥିଲେ । ସିବିଆଇ ଅଧିକାରୀଙ୍କୁ ପୋଲିସ ଅଟକାଇଥିଲା । ସଂଘୀୟ ବ୍ୟବସ୍ଥା ପ୍ରତି ଏହା ବିପଦ । ଏହି ମାମଲାରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ବୋଲି କହିଛନ୍ତି ଗୃହମନ୍ତ୍ରୀ । ସେପଟେ ଏହି ମାମଲାରେ ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।
Comments are closed.