ଦିଲ୍ଲୀରେ ମମତା ବାନାର୍ଜୀଙ୍କ ସ୍ୱାଗତରେ ଲାଗିଲା ପୋଷ୍ଟର : ପୋଷ୍ଟରରେ ଲେଖା ହେଲା ଦିଦି ଟିକେ ହସି ଦିଅନ୍ତୁ, ଆପଣ ଲୋକତନ୍ତ୍ରରେ ଅଛନ୍ତି

166

କନକ ବ୍ୟୁରୋ : ଦିଲ୍ଲୀରେ ଲାଗିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାସ୍ୟାତ୍ମକ ପୋଷ୍ଟର । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଖାଇବେ ଦମ । ଏହା ପୂର୍ବରୁ ଦିଲ୍ଲୀରେ ମମତାଙ୍କୁ ସ୍ୱାଗତ କରାଯାଇ ଲାଗିଛି ପୋଷ୍ଟର । ଏହି ପୋଷ୍ଟରରେ ଲେଖାଯାଇଛି, ଦିଦି ଏଇଠି ମନଖୋଲି ହସନ୍ତୁ, ଆପଣ ଲୋକତନ୍ତ୍ର ଭିତରେ ଅଛନ୍ତି ।

ମମତା ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ହେଲିକପ୍ଟର ଓହ୍ଲାଇବାକୁ ଦେଇନଥିଲେ । ଆଉ ଏହାର ଜବାବରେ ଏହି ପୋଷ୍ଟର ମରାଯାଇଥିବା ଅନୁମାନ କରାଯାଉଛି । ଦିଲ୍ଲୀର ବଙ୍ଗ ଭବନ ନିକଟରେ ଏହି ପୋଷ୍ଟର ମରାଯାଇଛି । ଏହାକୁ କିଏ ଓ କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟର ତଳେ ୟୁଥ ଫର ଡେମୋକ୍ରେସି ଲେଖାଯାଇଛି । ଜନ୍ତରମନ୍ତରରେ ବି ଏହି ପୋଷ୍ଟର ଲଗାଯାଇଛି । ସମସ୍ତ ପୋଷ୍ଟରରେ ମମତାଙ୍କ କାର୍ଟୁନ୍ କ୍ୟାରେକ୍ଟର ବନାଯାଇଛି । ଯେଉଁଥିରେ ଦିଦି ଦିଲ୍ଲୀରେ ଲୋକତନ୍ତ୍ର ଅଛି, ଏଠାକୁ ଆପଣଙ୍କୁ ସ୍ୱାଗତ । ଦିଦି ଚିଲ କର, ଯେମିତି ନାରା ଲାଗିଛି । ମମତା ବାନାର୍ଜୀ ବିରୋଧୀଙ୍କ ମହାରାଲିରେ ଭାଗ ନେବା ପାଇଁ ଆସିଛନ୍ତି ।